
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି କର୍ମୀ ମାନଙ୍କୁ ନେଇ ବ୍ଲକ ଘେରାଉ
କାକଟପୁର ( ତୁଷାର ରଞ୍ଜନ ଦୀକ୍ଷିତ ) 21/11 ରାଜ୍ୟ ସରକାର ଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟ ରେ ଚାଲିଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କାକଟପୁର ବ୍ଲକ ଘେରାଉ କରିଛି ବିଜେପି l କାକଟପୁର ମେଡିକାଲ ଛକ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରୁ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କ ନେତୃତ୍ୱରେ ଏକ ହଜାର ରୁ ଉର୍ଦ୍ଧ କାର୍ଯ୍ୟ କର୍ତ୍ତା ଶାସକ ଦଳ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟସରକାରଙ୍କର ଜନ ମାରଣା ନୀତି ପ୍ରତିବାଦରେ କାକଟପୁର ବଜାର ରେ ଏକ ବିରାଟ ଶୋଭାଯାତ୍ରା ରେ ଯାଇ କାକଟପୁର ବ୍ଲକ ସମ୍ମୁଖରେ ପହଂଚିଥିଲେ l ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ରବି ମଲ୍ଲିକ, ବରିଷ୍ଠ ବିଜେପି ନେତା ଇଶୋର ବେହେରା, ବିଜେପି ର ଜଗତସିଂହପୁର ସଂସଦୀୟ କ୍ଷେତ୍ର ପ୍ରଭାରୀ ପ୍ରଶନ୍ନ କୁମାର ଦାଶ, ପୁରୀଜିଲ୍ଲା ଉପ ସଭାପତି ରତିକାନ୍ତ ବେହେରା (ଟୁଟୁ ଭାଇ ) ପ୍ରମୁଖ ବ୍ଲକ ରେ ହେଉଥିବା ବିଭିନ୍ନ ଯୋଜନାରେ ପିସି କାରବାର ଦୁର୍ନୀତି, ଭ୍ରଷ୍ଟାଚାର ର କେନ୍ଦ୍ର ପାଲଟିଥିବା କାକଟପୁର ବ୍ଲକ ପ୍ରଶାସନ, ଶାସକ ଦଳକୁ କଟୁ ସମାଲୋଚନା କରିବା ସହିତ ପାଟସୁନ୍ଦର ପୁର ପଞ୍ଚାୟତ ର ମଧୁସୂଦନ ବିଦ୍ୟାପୀଠ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ l ଲତାହରଣ ମଣ୍ଡଳ ସଭାପତି ସରୋଜ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବର୍ଷିୟାନ ନେତା ମନ୍ମଥ ସ୍ୱାଇଁ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ, (ମଙ୍ଗୁ ଭାଇ) ଲଳିତ ରଥ, କାକଟପୁର ନିର୍ବାଚନ ମଣ୍ଡଳୀ ବିସ୍ତାରକ ଗୋପୀନାଥ ଗଜପତି ଭୂୟାଁ, ପୁରୀଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଞ୍ଜଜୋକ ପ୍ରିୟବ୍ରତ ବିଶ୍ୱାଳ,ରଣଜିତ ରାଉତରାୟ,ନଟବର ସ୍ୱାଇଁ, ଦିନକୃଷ୍ଣ ମହାନ୍ତି, ଗୋଲେଖ ପ୍ରଧାନ, ଉପେନ୍ଦ୍ର ସୁବୁଦ୍ଧି, ବାସନ୍ତୀ ନାୟକ,ଦେଶୁ ମଲ୍ଲ, ମଙ୍ଗଳା ପରିଡ଼ା ସମେତ ବିଭିନ୍ନ ପଞ୍ଚାୟତ ରୁ ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇଥିବା ବେଳେ କାକଟପୁର ବ୍ଲକ ନିକଟରେ ଏକ ସଭାରେ ବିଭିନ୍ନ ପ୍ରକାର ର କେନ୍ଦ୍ର ସରକାର ଯୋଗାଉଥିବା ସୁବିଧା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାର ଙ୍କୁ ଆଗାମୀ ନିର୍ବାଚନ ରେ ଗାଦି ଚ୍ୟୁତ କରାଇ ବିଜେପି ସୁ ଶାସନ କୁ ଆସିଲେ ସମସ୍ତ ସୁ ଶାସନ ଯୋଗାଇ ଦେବ ବୋଲି କହିବା ସହିତ ପିସି କରବାର ବନ୍ଦ ହେବ ବୋଲି କହିଥିଲେ