
ହଜାର ହଜାର କର୍ମୀଙ୍କୁ ନେଇ ସତ୍ୟବାଦୀ ବିଜେପିର ଶକ୍ତି ପ୍ରଦର୍ଶନ
୧୧.୧୨.୨୩ (ସତ୍ୟବାଦୀ – ସିଂହାରୀ ଆଲୋକ ଖୁଣ୍ଟିଆ)- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସମ୍ମୁଖରେ ଜନ ଆକ୍ରୋଶ ପ୍ରତିବାଦ ସଭା କରି ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ସତ୍ୟବାଦୀ ବ୍ଲକ ବିଜେପି ନେତା ଓମ ପ୍ରକାଶ ମିଶ୍ର ଙ୍କ ନେତୁତ୍ବ ରେ ହଜାର ହଜାର ବିଜେପି କର୍ମୀ ସତ୍ୟବାଦୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସତ୍ୟବାଦୀ ବକୁଳ ବନ ନିକଟ ଠାରୁ ଶୋଭା ଯାତ୍ରା ବାହାରି ସତ୍ୟବାଦୀ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ବିଶେଷ କରି ବ୍ଲକ ରେ ପିସି କାରବାର, ଆବାସ ଦୁର୍ନୀତି, ମିଶନ ଶକ୍ତି ମହାସଙ୍ଘ ଚୟନ ରେ ଅନିୟମିତତା, ଦୁର୍ନୀତି, ଭତ୍ତା, ରାସନ, ଯୋଗାଣ ରେ ଅନିୟମିତତା, ଆଦି ଦାବୀ କରି ସରକାର ଙ୍କୁ ଶାଣିତ ସ୍ଵର ରେ ଟାର୍ଗେଟ କରିଥିଲା ଦଳ । ଏହାଛଡା ବର୍ଷ ବର୍ଷ ଧରି ସରକାରୀ କର୍ମଚାରୀ କାର୍ଯ୍ୟାଳୟ ରେ ଅଵସ୍ଥାପନ କରୁଥିବା କାରଣ ରୁ ସାଧାରଣ ଲୋକେ ସରକାର ଙ୍କ ଜନ ହିତକାରୀ ଯୋଜନା ରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ବିଜେପି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଏହି ଜନ ଆକ୍ରୋଶ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ଆଗାମୀ୨୦୨୪ ସାଧାରଣ ନିର୍ବାଚନରେ ଜନ ସାଧାରଣ ଙ୍କ ର ଏହି ଆକ୍ରୋଶ ଭୋଟ ରେ ପରିଣତ ହେବ ବୋଲି କହିଛନ୍ତି ।