
ଦୀର୍ଘ ୪୪ ବର୍ଷର ସ୍ମୃତି ସାଉଁଟିଲେ ପୁରାତନ ଛାତ୍ରଛାତ୍ରୀ
କାକଟପୁର ତା ୯/୨, ( ତୁଷାର ଦୀକ୍ଷିତ ) ସ୍ନେହ, ପ୍ରେମ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିସ୍ଵାର୍ଥପରତା, ପାରସ୍ପରିକ ବୁଝାମଣା, କରୁଣା, ବିଶ୍ୱାସ ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ କରିବାର ଏକ ନିଚ୍ଛକ ସମ୍ପର୍କ ହେଉଛି ବନ୍ଧୁତା l ଏହି ପ୍ରରିପେକ୍ଷୀରେ ରବିବାର ଦିନ ନିକଟସ୍ଥ ଗଙ୍ଗାନାରାୟଣ ପୁର ସ୍କୁଲର ୧୯୮୧ ମସିହା ସପ୍ତମ ଶ୍ରେଣୀର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କୁତ୍ତାମଚଣ୍ଡୀ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ବର୍ଷ ପରେ ନିଜ ନିଜର ପିଲାବେଳର ସ୍ମୃତି କୁ ମନେ ପକାଇ ପୁରାତନ ଛାତ୍ରଛାତ୍ରୀ ମାନେ ବେଶ ଭାବବିହ୍ୱଳ ହୋଇଯାଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅକ୍ଷୟ ପ୍ରସାଦ ମହାନ୍ତି, ଅଶ୍ୱିନୀ ରାଉତ, ଚନ୍ଦ୍ରିକା ଦାଶ, ପ୍ରତିମା ସ୍ୱାଇଁ, ଶକୁନ୍ତଳା ବାରିକ, ଅକ୍ଷୟ ଶତପଥୀ, ରାଜକିଶୋର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଆଗାମୀ ବର୍ଷ ମାନଙ୍କରେ ଆହୁରି ସରସ ସୁନ୍ଦର କରିବା ପାଇଁ ନିଷ୍ପତି ନିଆଯାଇଥିଲା l