
ପୁରୀ ଜିଲ୍ଲାସ୍ତରୀୟ ବାଳକ ବାଳିକା କବାଡି ପ୍ରତିଯୋଗିତା
କାକଟପୁର -୧୧/୧୦ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା କବାଡି ପ୍ରତିଯୋଗିତା ୨୦୨୩ -୨୪ ଉଦ୍ଘାଟିତ ହୋଇଯାଇଛି ।କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତ ବେହେରା ଉଦ୍ଘାଟକ ଭାବେ ଯୋଗ ଦେଇ ପତାକା ଉତ୍ତୋଳନ ପୁର୍ବକ ଅଭିବାଦନ ଗ୍ରହଣ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ସମ୍ପ୍ରତି କ୍ରୀଡାର ବିକାଶ ଦିଗରେ ଓଡିଶାର କ୍ରୀଡାବିତ୍ ମାନଙ୍କର ଭୂମିକା ବେଶ୍ ଗୁରୁତ୍ବପୁର୍ଣ୍ଣ ବୋଲି ମତ ଦେଇଥିଲେ ।ପୁରୀ ଜିଲ୍ଲାର ମୋଟ ୧୧ଟି ବ୍ଳକର ବରିଷ୍ଠ ବାଳକ ବିଭାଗରେ ୧୦୪ ଜଣ, ବାଳିକା ବିଭାଗରେ ୧୦୨ ଜଣ କ୍ରୀଡାବିତ୍ ଅଂଶ କରିଥିବା ବେଳେ କନିଷ୍ଠ ବିଭାଗରେ ବାଳକ ୧୦୧ ଜଣ ଓ ୧୦୦ ଜଣ ବାଳିକା କବାଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ପୁରୀ ଜିଲ୍ଲା ର ଶିକ୍ଷାଧିକାରୀ ଡଃ ବିଶ୍ବଜିତ ଘୋଷଙ୍କ ସଭାପତିତ୍ବରେ ଆୟୋଜିତ ସଭା କାର୍ଯ୍ୟରେ ପୁରୀ ଜିଲାପରିଷଦ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ନାୟକ,ଶିକ୍ଷାବିତ୍ ସ୍ଵପ୍ଲେଶ୍ବର ସାହୁ ଓ ଚିତରଂଜନ ପରିଡା, ସମାଜସେବୀ ଜ୍ଞାନରଂଜନ ସାହୁ, ପୁରୀ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ, ବ୍ଳକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା,ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ବାଇଁ, କ୍ରୀଡା ସଂଗଠନ ସମ୍ପାଦକ ରାଜୀବ ରଂଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ପ୍ରତାପ କୁମାର ରାଉତ ଅତିଥି ମାନଙ୍କର ପରିଚୟ ଓ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ ଓ ଜିଲ୍ଲାରୁ କୃତିତ୍ବ ଅର୍ଜନ କରିଥିବା କ୍ରୀଡାବିତ୍ ମାନେ ଆସନ୍ତା ୧୬ ତାରିଖରୁ ଗଞ୍ଜାମଜିଲ୍ଲାରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପୀତବାସ ଦୀକ୍ଷିତ,କ୍ରୀଡା ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ,ସୁଧାଂଶୁ ମୋହନ ବିଶ୍ବାଳ,ମାନସ ରଂଜନ ବିଶ୍ବାଳ , ରାଜକିଶୋର ନାୟକ, ପ୍ରଦୀପ କୁମାର କର , ଜ୍ଞାନରଂଜନ ମିଶ୍ର ,ଚିତରଂଜନ ମିଶ୍ର ପ୍ରମୁଖ ପରଚାଳନା କରିଥିଲେ ।