
ଜାହାନ ପବ୍ଲିକ ସ୍କୁଲର ଆନ୍ତଃଶ୍ରେଣୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ, ଦଶମ ଶ୍ରେଣୀ ଚମ୍ପିୟାନ
କାକଟପୁର ( ତୁଷାର ରଞ୍ଜନ ଦୀକ୍ଷିତ ) ତା ୨0/୧୧ କାକଟପୁର ବ୍ଲକ ଅଧିନସ୍ଥ ଜାହାନ ପବ୍ଲିକ ସ୍କୁଲରେ ସୋମବାର ଦିନ ବାର୍ଷିକ ଆନ୍ତଃଶ୍ରେଣୀୟ କ୍ରିକେଟ ମ୍ୟାଚ ସ୍ଥାନୀୟ ବ୍ଲକ ପଡିଆ ଠାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଏକଦିବଶୀୟ ଟୁର୍ଣ୍ଣାମେଣ୍ଟକୁ ବିଦ୍ୟାଳୟର ଅଧ୍ୟକ୍ଷା ମମତା ମହାପାତ୍ର ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିବାବେଳେ ଫାଇନାଲ ମ୍ୟାଚ ନବମ ଓ ଦଶମ ଶ୍ରେଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟସ ଜିତି ନବମ ଶ୍ରେଣୀ ଦଶମ ଶ୍ରେଣୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା l ଦଶ ଓଭର ବିଶିଷ୍ଟ ଉକ୍ତ ମ୍ୟାଚ ରେ ଦଶମ ଶ୍ରେଣୀର ଛାତ୍ରମାନେ ୩ ଉଇକେଟ ବିନିମୟରେ ୯୧ ରନ କରିବାରେ ସକ୍ଷମ ହୋଇଥିଲେ l ଦଳ ପକ୍ଷରୁ ସୌମ୍ୟରଂଜନ ପ୍ରଧାନ ସର୍ବାଧିକ 45 ରନ କରିଥିଲେ l ୯୨ ରନର ବିଜୟ ନବମ ଶ୍ରେଣୀ ଦଳ ଦଶ ଓଭର ଖେଳି ୭ ଉଇକେଟ ହରାଇ ମାତ୍ର ୭୩ ରନ ସଂଗ୍ରହ କରି ପରାଜୟ ସ୍ୱୀକାର କରିଥିଲା l ମ୍ୟାନ ଅଫ ଦି ମ୍ୟାଚ ଭାବେ ସୌମ୍ୟରଂଜନ ପ୍ରଧାନ ଯୋଗ୍ୟ ବିବେଚିତ ହୋଇଥିଲେ l ଆସନ୍ତା କ୍ରୀଡା ଉତ୍ସବରେ ବିଦ୍ୟାଳୟର ନିର୍ଦ୍ଦେଶିକା ସୁମିତ୍ରା ଘୋଷ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିବେ ବୋଲି କହିଛନ୍ତି ବିଦ୍ୟାଳୟର ଶିକ୍ଷକ ଆଶିଷ ସାହୁ