
କିଟ୍ ବିଶ୍ୱବିଦ୍ୟାଳୟ ହାତରେ ଲିଙ୍ଗରାଜ ଚ୍ୟାଲେଞ୍ଜ କପ୍ ଟ୍ରଫି
ଭୁବନେଶ୍ବର: ତା ୧୦.୨.୨୪ – ଭୁବନେଶ୍ଵରର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି ୧୪ତମ ଲିଙ୍ଗରାଜ ଚାଲେଞ୍ଜ କପ୍ । କ୍ଲବ ର ବରିଷ୍ଠ ସଦସ୍ୟ ସ୍ଵର୍ଗତ ଶ୍ରୀଯୁକ୍ତ ଅଭିରାମ ନାୟକଙ୍କୁ ସମର୍ପିତ ଓ ତାଙ୍କ ନାମରେ ନାମିତ “ଅଭି ଭାଇ କପ୍” ରେ ରାଜ୍ୟ ର ଶ୍ରେଷ୍ଠ ୪ଟି ଦଳ ଭାଗନେଇଥିଲେ । ସେମିଫାଇନାଲରେ କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵର ଇଷ୍ଟ କୋଷ୍ଟ ରେଲୱେ କୁ ଓ ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ରେନବୋ କ୍ଲବ କୁ ହରାଇ ଫାଇନାଲ କୁ ପ୍ରବେଶ କରିଥିଲେ । ଫାଇନାଲ ରେ କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵର ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର କୁ ହରାଇ ବିଜୟୀ ହୋଇଥିଲା । ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ ଅର୍ଥ ପୁରସ୍କାରରେ ପ୍ରଦାନ କରାଯାଇଥିଲା। ସବୁ ବର୍ଗର ଶ୍ରେଷ୍ଠ ଖେଳାଳୀ ମାନଙ୍କୁ କପ୍ ସହିତ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ପ୍ରଶିକ୍ଷକ ଶ୍ରୀଯୁକ୍ତ ସମରେନ୍ଦ୍ର ମହାପାତ୍ର, ଆନ୍ତର୍ଜାତୀୟ ରେଫରୀ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ, ଆନ୍ତର୍ଜାତୀୟ ଖେଳାଳି ଶ୍ରୀଯୁକ୍ତ ଲୋତକ ବିନ୍ଦୁ ଦାସ ଓ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତି ରହି ପ୍ରତିଯୋଗି ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ । ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ବାବୁ ସିଂ ଓ ସମ୍ପାଦକ ଶ୍ରୀଯୁକ୍ତ ରଜତ କୁମାର ତ୍ରିପାଠୀ ଯଥାକ୍ରମେ ଚମ୍ପିୟାନ ଓ ରନରସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ଅତ୍ୟନ୍ତ ସଫଳତା ର ସହିତ ପ୍ରତିଯୋଗିତା ଟି ସମ୍ପନ୍ନ ହୋଇଥିବାରୁ କ୍ଲବ ସମସ୍ତ ସଦସ୍ୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି