
ବୟସ ର କୃଷ୍ଣଚୁଡା ରଙ୍ଗ ତୁମ ମନ୍ଦ ନୁହେଁ
କାକଟପୁର – ତା ୧୨/୦୬/୨୦୨୪, ( ତୁଷାର ଦୀକ୍ଷିତ ) – ପ୍ରଚଣ୍ଡ ଗ୍ରୀଷ୍ମର ଝାଞ୍ଜି ପବନରେ କୃଷ୍ଣଚୂଡ଼ା ତାର ମନ୍ଦ ମନ୍ଦ ପବନରେ ମହକେଇ ଦେଉଛି ସାରା ପରିବେଶକୁ l ଏହାର ମନୋରମ ଦୃଶ୍ୟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ବେଶ ଆକର୍ଷିତ କରୁଛି l କୃଷ୍ଣଚୂଡ଼ାର ଅପରୂପ ୠପ ସମ୍ଭାର ଦେଖି ଉଲ୍ଲସିତ ହୁଅନ୍ତି କବି, ଭାବୁକ, ସାହିତ୍ୟିକ ଓ ଗାଳ୍ପିକ l କୃଷ୍ଣଚୂଡ଼ାର ରଙ୍ଗ ହେଉଛି ଲାଲ l ଆଉ ଲାଲ ରଙ୍ଗ ହେଉଛି ସ୍ନେହ, ପ୍ରେମ ଓ ଭଲପାଇବାର ପ୍ରତୀକ l ସେଇଥିପାଇଁ ତ କେହି କେହି କୃଷ୍ଣଚୂଡ଼ାକୁ ପ୍ରିୟାର ଲାଲ ଓଢଣୀ, ପ୍ରିୟାର ହସ ଓ ପ୍ରିୟାର ଲାଜ ସହିତ ତୁଳନା କରନ୍ତି l ଫୁଲ ଜଗତରେ କୃଷ୍ଣଚୂଡ଼ାର ଆଦର କହିଲେ ନସରେ l ଆଉ ଆମ ଦେଶ ଭାରତରେ କୃଷ୍ଣଚୂଡ଼ା ଇତିହାସର ବୟସ ମାତ୍ର ୨ ଶହ ବର୍ଷ l ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତିମୂର୍ତ୍ତିର ମୁକୁଟରେ ଶୃଙ୍ଘାର ପାଇଁ ଏ ଫୁଲର ବ୍ୟବହାର ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ଏହାକୁ ସଂସ୍କୃତରେ କୃଷ୍ଣଚୂଡ଼ ଓ ଓଡ଼ିଆରେ କୃଷ୍ଣଚୂଡ଼ା ନାମରେ ନାମିତ କରାଯାଇଥିବାର ଅନୁମାନ କରାଯାଏ l ରାସ୍ତାରେ ଯାଉଥିବା ପଥଚାରୀର ମନମୋହୁଛି କୃଷ୍ଣଚୂଡ଼ା l ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଥରେ ଅଟକିଯିବାକୁ ମନହୁଏ l ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ କୃଷ୍ଣଚୂଡ଼ା ଗଛର ମନଲୋଭା ଦୃଶ୍ୟ ବାଟୋଇର ଥକ୍କାପଣ ମେଣ୍ଟାଇବା ସହ ମନରେ ଅସୁମାରୀ ଆନନ୍ଦ ଫେରାଇଆଣେ l ଏବେବି ମନେପଡେ ଖୋକାଭାଇଙ୍କ ସେଇ ସଙ୍ଗୀତ ” ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ