ମୋଦିଜି ୭୨ ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଲେ ସିଲଭର ଗାନ୍ଧି
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସିଲଭର ଗାନ୍ଧି। ସେ ମୋଦୀଙ୍କର ୭୨ତମ ଜନ୍ମଦିବସରେ ୭୨ କିମି ପଦଯାତ୍ରା କରିଛନ୍ତି । ଉତ୍ତରାଖଣ୍ଡରେ କେଦାରନାଥରେ ସିଲଭର ଗାନ୍ଧି ଏହି ଦୀର୍ଘ ପଥକୁ ପାଦରେ ଚାଲି ଚାଲି ସମାପ୍ତ କରିଛନ୍ତି । ସିଲଭର ଗାନ୍ଧିଙ୍କର ଏହି ଅଭିନବ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଏହି ଅବସରରେ ସେ କହିଛନ୍ତି ‘ହାପି ବାର୍ଥ ଡେ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦୀ ଜୀ । ଆପ୍ କୋ ବହତ୍ ବହତ୍ ବଧାଈ । ଆପ କୀ ତବ୍ୟତ୍ ହମେଶା ଅଚ୍ଛା ରହେ । ସ୍ୱଚ୍ଛ ଭାରତ, ସୁନ୍ଦର ଭାରତ, ଶ୍ରେଷ୍ଠ ଭାରତ ।’