
ସ୍ଵଛ ସତ୍ୟବାଦୀ ରେ ସ୍ୱତନ୍ତ୍ର ଗ୍ରାମ ସଭା
ଆଜି ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ୱତନ୍ର ଗ୍ରାମ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସରପଂଚ ଶ୍ରୀଯୁକ୍ତ ଚିନ୍ମୟ ରାଉତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତର PEO , GRS, MBK, CRP, ଅଙ୍ଗନବାଡି କର୍ମୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ସ୍ୱତନ୍ତ୍ର ବୈଠକରେ ସ୍ୱଚ୍ଛ ଭାରତ ମିଶନର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଶିକ୍ଷକ ଶ୍ରୀପତି ମହାପାତ୍ର ଏଥିରେ ସ୍ଵଛ ଭାରତ ମିଶନ୍ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟ ରେ ଆଲୋଚନା କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପଂଚାୟତରେ ଏହାକୁ ସଫଳ ପରିଚାଳନା କରିବା ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା । ଶେଷରେ ସରପଂଚ ଏହି କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରି ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ନିବେଦନ କରିଥିଲେ