
ପାରାଦୀପ ମହାବିଦ୍ୟାଳୟର ୧୯୯୮ ବ୍ୟାଚ୍ ର ବନ୍ଧୁ ମିଳନ
କାକଟପୁର ତା13-1-2023 ,ବନ୍ଦର ନଗରୀ ପାରାଦୀପ ସ୍ଥିତ ପାରାଦୀପ ମହାବିଦ୍ୟାଳୟର ୧୯୯୮ ବ୍ୟାଚ୍ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ରଜତ ଜୟନ୍ତୀ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ ପାରାଦୀପ ଗଲ୍ଫ କ୍ଲବ ପରିସରରେ ଆୟୋଜିତ “ହାପି ଆୱର” କାର୍ଯ୍ୟକ୍ରମରେ ପରାଦୀପ ମହାବିଦ୍ୟାଳୟର ୧୯୯୮ ବ୍ୟାଚ ଗ୍ରାଜୁଏଟ୍ ହୋଇଥିବା ୨୦୦ଶହରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଏହି ରଜତ ଜୟନ୍ତି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଏହି ବ୍ୟାଚ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ବେଶ ସୁନାମ ଅର୍ଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରାଦୀପ ମହାବିଦ୍ୟାଳୟର ୧୦ରୁ ଅଧିକ ଅଧ୍ୟାପକଙ୍କୁ ପୁରାତାନ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ । ଦୀର୍ଘ ୨୫ବର୍ଷ ପରେ ସାଙ୍ଗସାଥୀ ମାନଙ୍କ ସହ ସେମାନଙ୍କ କଲେଜ ଜୀବନର ବିଭିନ୍ନ ସ୍ମୃତି ଓ ଅନୁଭୁତିକୁ ବାଣ୍ଟିଥିଲେ । ଅଧ୍ୟାପକ ମାନେ ମଧ୍ୟ ସେ ମସୟର ଛାତ୍ରଛାତ୍ରୀଙ୍କର ଗୁରୁ ମାନଙ୍କ ପ୍ରତି ସମ୍ମାନବୋଧ ସଂପର୍କରେ ନିଜର ଅନୁଭୁତି ବଖାଣିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୀର୍ଘ ବର୍ଷ ପରେ ଏକାଠି ହୋଇଥିବା ସାଙ୍ଗସାଥୀ ମାନେ ପରସ୍ପରକୁ ଭାବବିହ୍ବଳ ବିଦାୟ ଜଣାଇଥିଲେ