
ଟାଉନ କ୍ଲବ ପକ୍ଷରୁ କାକଟପୁର ମଙ୍ଗଳା କ୍ରିକେଟ କ୍ଲବ ସଭାପତି ସମ୍ବର୍ଦ୍ଦିତ
କାକଟପୁର ତା 15/01, ରବିବାର ପୁରୀଜିଲ୍ଲା, କାକଟପୁର ସ୍ଥିତ ମଙ୍ଗଳା କ୍ରିକେଟ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତଙ୍କୁ ନିମାପଡା ଟାଉନ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ନିମାପଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ସମ୍ବର୍ଦ୍ଦିତ କରାଯାଇଛି l କାକଟପୁର କ୍ରିକେଟ କ୍ଲବ ର ସଭାପତି, କ୍ଲବର ସଦସ୍ୟ ମାନଙ୍କ ସହିତ ନିମାପଡା ଯାଇ ଟାଉନ କ୍ଲବର ଫାଇନାଲ କ୍ରିକେଟ ଟୁର୍ନାମେଣ୍ଟ ରେ ଅତିଥି ମାନଙ୍କ ଗହଣରେ ଉପସ୍ଥିତ ରହି ମଂଚାସୀନ ଅତିଥି ମାନଙ୍କ ଠାରୁ ଉପଢୌକନ ଗ୍ରହଣ କରିଛନ୍ତି ଏବଂ ସେ ତାଙ୍କ ଅଭିଭାଷଣରେ ମଙ୍ଗଳା କ୍ରିକେଟ ର ସମସ୍ତ ସଦସ୍ୟ ମାନଙ୍କୁ ଏହାର ଶ୍ରେୟ ଦେବା ସହିତ ଆଗାମୀ ଦିନରେ ନିମାପଡା ଟାଉନ କ୍ଲବ ସହିତ ମଙ୍ଗଳା କ୍ରିକେଟ କ୍ଲବ ଅଙ୍ଗାଅଙ୍ଗୀ ଭାବେ ଜଡିତ ରହି ଉଭୟ ଅନୁଷ୍ଠାନକୁ କିପରି ଭାବେ ଆଗକୁ ନେଇ କାମ କରିବେ ସେ ବିଷୟରେ ଟାଉନ କ୍ଲବର ସଭାପତି ଅକ୍ଷୟ ବେହେରାଙ୍କ ସହିତ ବିଚାର ବିମର୍ଶ କରି କାର୍ଯ୍ୟ କରିବେ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ l