
ବିଦେଶୀ ଭକ୍ତ କୃଷ୍ଣପ୍ରେମରେ
ବିଦେଶୀ ଭକ୍ତ କୃଷ୍ଣପ୍ରେମରେ.:-ମହାମନ୍ତ୍ର ରେ ଉତ୍ସବ ମୁଖର ରାଇବେରୁଆଁ ଗ୍ରାମ.କାକଟପୁର :-06/02:-କୃଷ୍ଣ ପ୍ରେମରେ ବିଦେଶୀ ଭକ୍ତ. କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଇସ୍କନ ଭକ୍ତ. ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରାଇବେରୁଆଁ ଗ୍ରାମରେ ଚଳାଇଛନ୍ତି ଭଜନ କୀର୍ତ୍ତନ. ଆରାଧ୍ୟ ଦେବତାଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ବିଦେଶୀ. ଆଧାତ୍ମିକତା ଭିତରେ ବାଣ୍ଟି ଚାଲିଛନ୍ତି ବିଶ୍ୱ ଭାତୃତ୍ୱ ର ବାର୍ତ୍ତା. କୃଷ୍ଣପ୍ରେମରେ ପନ୍ଦର ଜଣ ବିଦେଶୀ. ରୁଷିଆ, ଇଟାଲୀ, ଥାଇଲାଣ୍ଡ, କାନାଡ଼ା ଶହ ବିଭିନ୍ନ ଦେଶରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଧାଇଁ ଆସିଛନ୍ତି ବିଦେଶୀ ଭକ୍ତ. ଆଉ ଅସ୍ତରଙ୍ଗ ରାଇବେରୁଆଁ ଗ୍ରାମରେ କରୁଛନ୍ତି ସଂକୀର୍ତନ. ବେଶ ଭୁଷା ଭାରତୀୟ ଶୈଳୀ. ପକାଇଛନ୍ତି ତୁଳସୀ ମାଳି. ଅସ୍ତରଙ୍ଗ ବ୍ଲକ ରାଇବେରୁଆଁ ଗ୍ରାମର ବିଶ୍ୱନାଥ ଯୁବପରିଷଦ ର 130ଜଣ ଯୁବକଙ୍କୁ ନେଇ 33ତମ ନାମ ଯଂଜ୍ଞ ମହୋତ୍ସବ ଓ ରାଧାଗୋପୀନାଥ ଙ୍କ ଜନ୍ମ ମହୋତ୍ସବ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି. କୃଷ୍ଣ ଙ୍କ ସାନିଧ୍ୟ୍ୟ ଲାଭ କରି ନିଜକୁ ଧନ୍ୟ ମନେ କରିଛନ୍ତି ବିଦେଶୀ ଭକ୍ତ. ସୁଦୂର ପାଶ୍ଚତ୍ୟ ରାଷ୍ଟ୍ରରୁ ଟାଣି ହୋଇ ଆସିଛନ୍ତି ବିଦେଶୀ ଭକ୍ତ. ଗ୍ରହଣ କରିଛନ୍ତି ଉତ୍କଳୀୟ ପରମ୍ପରା. ଖାଲି ସେତିକି ନୁହେଁ ଗୀତାର ଉପଦେଶ କୁ ମଧ୍ୟ ଜୀବନରେ ଲଗାଉଛନ୍ତି. ଲୋକଙ୍କ ଭିତରେ ପ୍ରେମ ଓ ସଦଭାବନା ର ବାର୍ତ୍ତା ଭଳି ଜୀବନରେ ବେଶ ଆନନ୍ଦ ଲାଭ କରିଛନ୍ତି ଭକ୍ତ. ଏହି କାର୍ଯ୍ୟକ୍ରମ ରେ ସଭାପତି ବିଚିତ୍ରାନନ୍ଦ ପରିଡା, ଶିକ୍ଷାବିତି ନାରାୟଣ ପରିଡା, ଅନାଦି ଚରଣ ପ୍ରଧାନ, ସରୋଜ ପ୍ରଧାନ, ଅପୂର୍ଣ୍ଣା ବାରିକ, ସଞ୍ଜୟ ପ୍ରଧାନ ଙ୍କ ଶହ ଗ୍ରାମର ଅନେକ ସଭ୍ୟ ଙ୍କ ଶହ ଗ୍ରାମବାସୀ ଙ୍କ ମିଳିତ ପ୍ରଚେଷ୍ଟା ରେ ନାମଯଂଜ୍ଞ ଶହ ଜନ୍ମମହୋତ୍ସବ ଅନୁଷ୍ଠିତ ହୋଇଯାଇଛି. ବିଭୁ ପ୍ରେମରେ ମଗ୍ନ ରହି ଜୀବନ କୁ ଧନ୍ୟ ମନେ କରିଛନ୍ତି ଇସ୍କନ ଭକ୍ତ. ଆଉ ରାଇବେରୁଆଁ ଗ୍ରାମରେ ଏଭଳି ସୁନ୍ଦର ଆୟୋଜନ କୁ ମଧ୍ୟ ପ୍ରଶଂସା କରିଛନ୍ତି. ଆଉ ଏଭଳି ନାମ ଜପ କରି ପାଇଛନ୍ତି ଅପାର ଆନନ୍ଦ.ଆଉ ନାମଯଂଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳ ଲୋକ ଙ୍କ ବେଶ ସମାଗମ ଦେଖିବାକୁ ମିଳିଥିଲା