
କାକଟପୁରରେ ଆରମ୍ଭ ହେବ ତ୍ରୟୋଦଶ ବାର୍ଷିକୀ ମା ‘ମଙ୍ଗଳା ମହୋତ୍ସବ
ଯୋଗଦେବେ ରାଜ୍ୟର ୫ ବରିଷ୍ଠ ମନ୍ତ୍ରୀ ଓ ସାଂସଦ, ନୃତ୍ୟ ଓ ସଂଗୀତରେ ଝୁମିବେ ଦର୍ଶକ.
କାକଟପୁର ତା ୨୧/୩,ଆସନ୍ତା 24 ତାରିଖରୁ ପୁରୀ ଜିଲ୍ଲା କାକଟପୁର ମିନି ଷ୍ଟାଡିଅମ ଠାରେ ୩ ଦିନ ବ୍ୟାପି ଆରମ୍ଭ ହେବ ତ୍ରୟୋଦଶ ବାର୍ଷିକୀ ମା ‘ମଙ୍ଗଳା ମହୋତ୍ସବ l କୋଭିଡ କଟକଣା ପାଇଁ ଦୀର୍ଘ ଚାରି ବର୍ଷ ଧରି ବନ୍ଦ ଥିବା ମଙ୍ଗଳା ମହୋତ୍ସବ ଚଳିତ ବର୍ଷ ଏକ ନୂଆ ରୂପରେଖରେ ଝଟକି ଉଠିବ l ରାଜ୍ୟ ସରକାରଙ୍କ ୫ ବରିଷ୍ଠ ମନ୍ତ୍ରୀ ଓ ସାଂସଦ ମାନଙ୍କ ସହିତ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ,ନୃତ୍ୟ ଶିଳ୍ପୀ ଓ ପ୍ରତିଷ୍ଠିତ କଳାକାର ମାନେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି l ୩ ଦିନ ବ୍ୟାପି
ଉକ୍ତ ଉତ୍ସବରେ ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ,କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ,ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ,ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ ସମେତ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦିପେଶ ପତି , ଶୀତଳ କବି,ସ୍ୱୟଂ ପାଢ଼ୀ, ଅର୍ପିତା ଚୌଧୁରୀ,ପ୍ରସିଦ୍ଧ ନୃତ୍ୟ ଅନୁଷ୍ଠାନ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଜେମ୍ସ ଡ୍ୟାନ୍ସ ଗ୍ରୁପ, ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏହି ମହୋତ୍ସବରେ କାକଟପୁର ବିଧାୟକ ତଥା କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସଭାପତି ଥିବାବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ସୁପୁତ୍ର ତଥା ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ସମ୍ପାଦକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଶିକ୍ଷାବିତ ସ୍ଵପ୍ନେଶ୍ଵର ସାହୁ ଅଛନ୍ତି l