
ଗତ କାଲି ଥିଲା ମଙ୍ଗଳା ମହୋତ୍ସବ ର ଶେଷ ସନ୍ଧ୍ୟା
ବିଗତ ଚାରି ବର୍ଷ ହେବ କୋଭିଡ କଟକଣା ଥିବାରୁ ମଙ୍ଗଳା ମହୋତ୍ସବ ବନ୍ଦ ଥିବାରୁ ଚଳିତ ବର୍ଷ ଆୟୋଜକ ମଣ୍ଡଳୀ ଧୁମ ଧାମ ର ମହୋତ୍ସବ କରିବା ପାଇଁ ଦଳଗତ ନିର୍ବିଶେଷରେ ସମସ୍ତ ଙ୍କ ସହାୟତା ଖୋଜିଥିଲେ,ସଭାପତି ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା,ସମସ୍ତ ସଦସ୍ୟ ମାନଙ୍କୁ ଏକାଠି କରିବା ସମ୍ଭବ ପର ହୋଇ ନ ଥିଲେ ସୁଦ୍ଧା ଅଞ୍ଚଳ ର ଜେ କୌଣସି କାମ ହେଲେ ସେ ଦରିଦ୍ର ନାରାୟଣ ସେବା ଦ୍ୱାରା ପ୍ରତ୍ୟେକ ଦିନ 20 ରୁ 25 ଜଣଙ୍କୁ ଅର୍ଣ୍ଣ ଦାନ କରି ସେମାନଙ୍କ କ୍ଷୁଧା ମେଣ୍ଟାଈ ନିଜକୁ ସାମିଲ କରି ଆନନ୍ଦ ପାଇବା ହେଉ ଶୀତ ର ପ୍ରକୋପ ରୁ ଦୁଃଖୀ ରଖି ଙ୍କୁ କମ୍ବଳ ଦେଇ ଆନନ୍ଦ ପାଉଥିବା ଦରିଦ୍ର ନାରାୟଣ ସେବାର ମୁଖ୍ୟ ସମରେନ୍ଦ୍ର ଦୀକ୍ଷିତ ଙ୍କୁ ଖୋଜି ତାଙ୍କ ଉପରେ ଦାୟିତ୍ୱ ନେସ୍ତ କରାଯାଇଥଲା ଏବଂ ସେଇୟା ବି ହେଲା ଦଳ ଗତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ମଙ୍ଗଳା ମହୋତ୍ସବ କୁ ସାକାର ରୂପ ଦିଆ ଯାଇ ସମାପନ କରାଗଲା, ଅନୁଷ୍ଠାନ ର ସଭାପତି ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସମ୍ପାଦକ ତଥା ଯୁବକ ମାନଙ୍କ ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ସ୍ୱାଧୀନ କୁମାର ନାୟକ, ହିମାଂଶୁ ଭୂଷଣ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ଧିରେନ ଚାନ୍ଦ, ସ୍ଥାନୀୟ ସରପଞ୍ଚ ଅଭୟ କୁମାର ସେଠି, ନୃସିଂହ ବେହେରା, ସରୋଜ ସାମଲ, ଶୁଭ୍ରାଂଶୁ ଦୀକ୍ଷିତ, ସଞ୍ଜୟ ସାମଲ, ବାଣୀ ପ୍ରସାଦ, ଚିତ୍ତରଂଜନ ମିଶ୍ର (ବିନୁ ଭାଇନା ) ଙ୍କୁ ନେଇ ସୁରୁଖୁରୁ ରେ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସମସ୍ତ ଶ୍ରେୟ କାକଟପୁର ଜନସାଧରଣ ଙ୍କର ବୋଲି ମଙ୍ଗଳା ମହୋତ୍ସବ କମିଟି ରେ ସନମାନିତ ହୋଇଥିବା ବରିଷ୍ଠ ନାଗରିକ ତଥା ଲବଣ ସତ୍ୟାଗ୍ରହ ରେ ସାମିଲ ହୋଇଥିବା ଏବଂ ପୂର୍ବରୁ ମଙ୍ଗଳା ମହୋତ୍ସବ କମିଟି ର ସଭାପତି ନିରୋଦ ବରଣ ମହାନ୍ତି ପ୍ରକାଶ କରିଛନ୍ତି, ଆହୁରି ମଧ୍ୟ କହିଛନ୍ତି ସମସ୍ତ ଙ୍କୁ ସାଙ୍ଗରେ ନ ନେଇ ଗଲେ ଏହି କାର୍ଯ୍ୟ ସମ୍ପୂର୍ଣ ହେବା ଅନିଶ୍ଚିତ, ତିନି ଦିନରେ ଦିନକୁ ପ୍ରାୟ ଆଖ ପାଖ ଅଞ୍ଚଳ ରୁ ପ୍ରାୟ 10 ରୁ 15 ହଜାର ଦର୍ଶକ ଏହି ଉତ୍ସବ ଦେଖିବା ସହିତ ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗ ର ମନ୍ତ୍ରୀ ମାନଙ୍କୁ ଦେଖିବାକୁ ମିଳିଥିଲା,ପ୍ରଥମ ଦିନରେ ଅଶ୍ୱିନୀ ପାତ୍ର ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ସଂସ୍କୃତି ଓ ଅବକାରୀ, ଡା ରାଜଶ୍ରୀ ମଲ୍ଲିକ ମାନ୍ୟବର ସାଂସଦ ଜଗତସିଂହପୁର ,ମଙ୍ଗଳା ମହୋତ୍ସବ କମିଟି ର ସଭାପତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ତଥା ଅନୁଷ୍ଠାନ ର ସମ୍ପାଦକ ସ୍ୱାଧୀନ କୁମାର ନାୟକ, କାର୍ଯକାରୀ ସଭାପତି ସ୍ୱପ୍ନେଶ୍ଵର ସାହୂ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବା ବେଳେ ସନ୍ଧ୍ୟା 8 ଘଟିକାରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ସାଥି ମାନେ ସଂଗୀତ ପରିବେଷଣ କରିଥିଲା ବେଳେ ନୃତ୍ୟ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଆଦୃତ ହୋଇଥିଲା,ଦ୍ୱିତୀୟ ସନ୍ଧ୍ୟା ରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ମୋ ସ୍କୁଲ ଅଧକ୍ଷ୍ୟ ଆକାଶ ଦାଶ ନାୟକ ଉଦଘାଟନ କରିଥିବା ବେଳେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଦୀପ୍ତି ରେଖା ପାଢ଼ୀ,ସ୍ୱୟଂ ପାଢ଼ୀ ହାସ୍ୟ ଅଭିନେତା ଶଙ୍କର, ପ୍ରଜ୍ଞା ଓ ସାଥି କଳାକାର ଦ୍ୱାରା ଅନୁଷ୍ଠିତ ହୋଇଥିଲା ଅନୁଷ୍ଠାନ ର ଶେଷ ସନ୍ଧ୍ୟା ବା ତୃତୀୟ ସନ୍ଧ୍ୟାର ସମ୍ମlନିତ ଅତିଥି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ର ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ,ମିଉଜିକ ଡାଇରେକ୍ଟର ତଥା ଅପ୍ରତି ଦ୍ବନ୍ଦୀ କଣ୍ଠ ଶିଳ୍ପୀ ଅଭିଜିତ ମଜୁମଦାର, ଶୀତଲ କବି ଦେବେଶ ପତି ଓ ଅନ୍ତରା ଚକ୍ରବର୍ତ୍ତୀ ଦ୍ୱାରା ପରିବେଷଣ କରାଯାଥିବା ବେଳେ ତଥ୍ୟ ସଂଗ୍ରହ ଓ ଉପସ୍ଥାପନା ଭାବେ ପ୍ରତାପ କୁମାର ରାଉତ,ଅବ୍ୟର୍ଥନା କମିଟି ର ମୁଖ୍ୟ ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧକ୍ଷ୍ୟ ଜ୍ୟୋତ୍ରୀମୟ ଦଳାଇ, ଅର୍ଥ କମିଟି ର ମୁଖ୍ୟ ପ୍ରଦୀପ କୁମାର ପଣ୍ଡା, ଶୃଙ୍ଖଳା କମିଟି ର ମୁଖ୍ୟ ମାନସ ସାମଲ ଉତ୍ସବ ପ୍ରାଙ୍ଗଣ ପରିଚାଳନା କମିଟି ତୁଷାର ଦୀକ୍ଷିତ, ପ୍ରଚାର ପ୍ରସାର କମିଟି ର ମୁଖ୍ୟ ତଥା କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ମଞ୍ଚ ପରିଚାଳନା କମିଟିର ମୁଖ୍ୟ ଆଦିତ୍ୟ କୁମାର ରାଉତ, ଖାଦ୍ୟ ଓ ପାନୀୟ କମିଟି ର ମୁଖ୍ୟ ହିମାଂଶୁ ଭୂଷଣ ଦୀକ୍ଷିତ, ପରିବେଶ ଓ ପରିଛନ୍ନ କମିଟି ର ମୁଖ୍ୟ କୈଳାଶ ଚନ୍ଦ୍ର ନାୟକ ଥିବା ବେଳେ ମଙ୍ଗଳା କ୍ରିକେଟ କ୍ଲବ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ, ଦିପୁ ଦାସ, ଭାଗବତ ସ୍ୱାଇଁ,ରଞ୍ଜନ ନାୟକ, ଶ୍ୟାମ ସୁନ୍ଦର ରଣା, ଧିରେନ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି କେଉଁଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟକ୍ରମ ଶେଷ ହେବ ତା ଉପରେ ତୀକ୍ଷ୍ଣ ନଜର ରଖିଥିଲେ ଏବଂ ଶେଷରେ ସଭାପତି ପୋଲିସ ବାହିନୀକୁ ଭୁୟସୀ ପ୍ରଶଂସା କରିଥିଲେ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ରେ କୌଣସି ପ୍ରକାର ଅପ୍ରୀତି କର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା