
ମା ପାଈଁ ଦିନଟିଏ
ସତ୍ୟଭାମା ମହାପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିୀ ରେ ଉନ୍ମୋଚନ ହେଲା ପତ୍ରିକା “ସତ୍ୟଭାମା”
ସାକ୍ଷୀଗୋପାଳ : ୧୯.୪.୨୩
ଆଜି ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ଙ୍କ ମନ୍ଦିର ପାର୍ଶ୍ଵରେ ଆୟୋଜିତ ହୋଇଯାଇଛି ସରଳ ହୃଦୟର ବ୍ୟକ୍ତିତ୍ଵ ସତ୍ୟଭାମା ମହାପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ। ସତ୍ୟବାଦୀ ତଥା ଓଡିଶାର ଜଣାଶୁଣା ଯୋତିଶ ଏବଂ ଲେଖକ ଦେବୀ ପ୍ରସାଦ ମହାପାତ୍ର ମା ସତ୍ୟଭାମା ମହାପାତ୍ର ଙ୍କ ତିରୋଧାନ ପରେ ମାଙ୍କୁ ସଦା ସର୍ବଦା ମନେ ରଖିବା ପାଇଁ ମଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅୟୋଜନ କରିଛନ୍ତି ଏହି ସୃତି ଚାରଣ ସଭା ଏବଂ ପତ୍ରିକା “ସତ୍ୟଭାମା” ର ଲୋକାର୍ପଣ ଉତ୍ସବ।
ଏହି ଅବସରରେ ଆୟୋଜିତ ହୋଇଥିଲା ଏକ କବି ସମ୍ମିଳନୀ ଯାହାର ଶୀର୍ଷକ ଥିଲା ” ମା ପାଇଁ ଦିନ ଟିଏ”, ଓଡ଼ିଶାର ବିଭିନ୍ନ ଜିଲ୍ଳା ରୁ ୫୦ ଜଣ ରୁ ଉର୍ଦ୍ଧ କବି ଯୋଗଦାନ କରି ମା ଙ୍କ ଶ୍ରୁତି ଚାରଣ ଉଦ୍ଦେଶ୍ୟରେ ନିଜ ନିଜର କବିତା ପାଠ କରିଥିଲେ।
ଉକ୍ତ ସଭାରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦାନ କରିବା ସହିତ ମା ସତ୍ୟଭାମା ମହାପାତ୍ର ଙ୍କ ଚିତ୍ର ସମ୍ମୁଖରେ ଭକ୍ତି ପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶ୍ରୁତି ଚାରଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ପତ୍ରିକା “ସତ୍ୟଭାମା” ର ସମ୍ପାଦକ ଦେବି ପ୍ରସାଦ ମହାପାତ୍ର ପରିଚାଳନା କରିଥିଲା ବେଳେ ଶିକ୍ଷାବିତ୍ ମାନସ ରଂଜନ ପଟ୍ଟନାୟକ ସଂଯୋଜନା କରିଥିଲେ।