
ଖୋଲିବଗୁମର ହେବବିଦ୍ରୋହ ନିଯୁକ୍ତିକୁ ଅପେକ୍ଷା ସିଆରପି,ଏମବିକେ,ବ୍ୟାଙ୍କମିତ୍ର ପଦବୀ ପାଇଁ ଅର୍ଥ ଆଦାୟ ଅଭିଯୋଗ
କାକଟପୁର ତା 3/6 ପୁରୀ ଜିଲ୍ଲା କାକଟପୁର ବ୍ଲକ ମିଶନ ଶକ୍ତି ଯୋଜନାରେ ସିଆରପି , ଏମବିକେ ଓ ବ୍ୟାଙ୍କ ମିତ୍ର ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି ବୋଲି ବିଭିନ୍ନ ସ୍ତରରେ ଅଭିଯୋଗ ହେଉଛି l ତେବେ କେତେକ ଗଣମାଧ୍ୟମରେ ଉକ୍ତ କେଳେଙ୍କାରୀ ଘଟଣାର ପର୍ଦ୍ଦା ଫାର୍ସ ହେବା ପରେ ପ୍ରାର୍ଥୀଙ୍କ ଠାରୁ ଚାକେରି ଦେବାକୁ କହି ଅର୍ଥ ଆଦାୟ କରିଥିବା ବ୍ଲକ ମହିଳା ମହାସଂଘର ଦୁଇ ଜଣ କର୍ମକର୍ତ୍ତା ନିଛାଟିଆ ଜାଗାକୁ ପ୍ରାର୍ଥୀମାନଙ୍କୁ ରାତିରେ ଡାକି ଠାକୁରଙ୍କ ଧଣ୍ଡା ଓ ରାଣନିୟମ ପକାଇ ଟଙ୍କାତ ଫେରସ୍ତ ପାଇଲ କିନ୍ତୁ ଏକଥା କେଉଁଠି ପ୍ରଘଟ ନକରିବାକୁ ଅନୁରୋଧ କରିଛନ୍ତି ବୋଲି ପ୍ରାର୍ଥୀଙ୍କ ଅଭିଭାବକ ମାନେ କହିବୁଲୁଛନ୍ତି l ଯେଉଁମାନଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ ସେମାନଙ୍କ ଚାକେରି ପକା ବୋଲି ଛକ ବଜାରରେ ଚର୍ଚ୍ଚା ହେଉଛି l ଖବରରୁ ପ୍ରକାଶଯେ କାକଟପୁର ବ୍ଲକର 16 ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ କୁରୁଜଙ୍ଗ , (ଜଳେଶ୍ୱରପଡା), କଣ୍ଟାପଡା ଓ ପାଟସୁନ୍ଦରପୁର ଆଦି ଚାରିଗୋଟି ଗ୍ରାମପଞ୍ଚାୟତରେ ସିଆରପି , ଏମଵିକେ ଓ ବ୍ୟାଙ୍କମିତ୍ର ପଦବୀରେ ନିଯୁକ୍ତି ଦିଆଯାଇଥିବା ବେଳେ ବ୍ଲକର ଆଉ 12 ଗୋଟି ଗ୍ରାମପଞ୍ଚାୟତ ପାଇଁ 164 ଜଣ ସିଆରପି , 12 ଜଣ ଏମବିକେ ଓ 10 ଜଣ ବ୍ୟାଙ୍କମିତ୍ର ପାଇଁ ଫେବୃୟାରୀ 2023 ରେ ଵିଜ୍ଞାପନ ବାହାରିଥିଲା l ପ୍ରକାଶିତ ଵିଜ୍ଞାପନର 53 ଦିନ ମଧ୍ୟରେ ଉପରୋକ୍ତ ପଦବୀ ଗୁଡିକ ପୁରଣ ହେବା କଥା l କିନ୍ତୁ ଏହି ପଦବୀ ଗୁଡିକରେ କିଏ ନିଯୁକ୍ତି ପାଇବ , କିଏ ବାଦ ପଡିବ , ଏପର୍ଯ୍ୟନ୍ତ ଚୟନ କମିଟି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନଥିବାରୁ ନିଯୁକ୍ତି କ୍ଷେତ୍ରରେ ଦିନ ପରେ ଦିନ ଗଡିଚାଲିଛି ବୋଲି ଶୁଣିବାକୁ ମିଳୁଛି l ଏହା ଛଡା ଯେଉଁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ଦୃଢ଼ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଟଙ୍କା ତାଙ୍କୁ ଫେରସ୍ତ କରାଯାଇଛି ସେମାନେ ଅତି ଉତ୍ତେକ୍ତ ଅବସ୍ଥାରେ ଅଛନ୍ତି l ଏହାଛଡା କେତେକ ବ୍ୟକ୍ତି ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ଆରଟିଆଇ ଆକ୍ଟରେ ସୂଚନା ମାଗିଥିଲେ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଉନାହିଁ l ଅପେକ୍ଷା କେବଳ କେଉଁଦିନ କାହାକୁ କେଉଁ ଆଧାରରେ କେବେ ନିଯୁକ୍ତି ଦିଆଯାଉଛି l ତେବେ କାକଟପୁର ବ୍ଲକ ସମନିତ୍ୱ ଶିଶୁବିକାଶ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗତ କିଛି ଦିନ ଧରିହେବ କେତେକ ମହିଳା ଠାଆକୁ ଠାଆ ମେଳିହୋଇ ବସିବା ଏବଂ ଏହି ନିଯୁକ୍ତି ପ୍ରକ୍ରିୟାଉପରେ ସେମାନଙ୍କ ମଧ୍ୟରେ ଆଲୋଚନା କରିବା ଆଗାମୀ ଦିନରେ ଏହା ବିଦ୍ରୋହର ରୂପଯେ ନନେବ ଏଆଶଙ୍କାକୁ ଏଡାଇଦିଆଯାଇନପାରେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l