
ଶ୍ରୀରାଧା ଜନ୍ମ ମହୋତ୍ସବ ର ଦ୍ଵିତୀୟ ଦିବସ ରେ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସେବା ଶିବିର
ଶ୍ରୀରାଧା ଜନ୍ମ ମହୋତ୍ସବ ର ଦ୍ଵିତୀୟ ଦିବସ ରେ ଆୟୋଜିତ ହୋଇଯାଇଛି ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର। ଡା ଗୁଞ୍ଜନ କୁମାର ଙ୍କ ନେତୃତ୍ୱରେ କିମସ୍ ହସ୍ପିଟାଲ ତରଫରୁ ୨୦ ଜଣିଆ ଡାକ୍ତରୀ ଦଳ ଯୋଗଦାନ କରି ମୋଟ ୧୧୬ ରୋଗୀ ଙ୍କ ଦନ୍ତ ଚିକିତ୍ସା କରିଥିଲେ। ଅନୁଷ୍ଠାନ ପକ୍ଷରୁ ଆସିଥିବା ଏକ ବଡ଼ ବସ୍ ମଧ୍ୟରେ ସେବାୟତ ଏବଂ ଅଞ୍ଚଳ ବାସିନ୍ଦାଙ୍କ ଉନ୍ନତ ମାନର ଦନ୍ତ ଚିକିତ୍ସା କରିବା ସହିତ ପାନ, ଗୁଟଖା ଖାଇଲେ କଣ ସବୁ ରୋଗ ହୋଇଥାଏ ସେ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ।
ପରେ ପରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜନ କରାଯାଇଥିଲା ବାଳ ଗୋପାଳ ସେବା। ନିକଟ ତମ ବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ ଏବଂ ମନ୍ଦିରକୁ ଆସୁଥିବା ଭକ୍ତ ମୋଟ ୧୫୦୦ ରୁ ଉର୍ଦ୍ଧ ପ୍ରସାଦ ସେବନ କରିଥିଲେ