
ଅଭି ଭାଇଙ୍କ ସ୍ମୃତିରେ ଲିଙ୍ଗରାଜ ଚାଲେଞ୍ଜ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ଵର: ତା ୯.୨.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ) ଓଡିଶାର ପ୍ରତିଷ୍ଠିତ କ୍ରିଡ଼ା ଅନୁଷ୍ଠାନ ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ଅନୁଷ୍ଠିତ ହେବ ୧୪ତମ ଲିଙ୍ଗରାଜ ଚାଲେଞ୍ଜ କପ୍ ଏକ ଦିବସୀୟ ରାଜ୍ୟ ସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ । ଏହି ମର୍ଯ୍ୟାଦା ଜନକ ଭଲିବଲ ପ୍ରତିଯୋଗିତା ରେ ରାଜ୍ୟ ର ଶ୍ରେଷ୍ଠ ୪ ଟି ଦଳ ଭାଗନେବେ । ଏହି ଦଳ ଗୁଡିକ ହେଲେ କିଟ୍ ବିଶ୍ୱବିଦ୍ୟାଳୟ , ଇଷ୍ଟ କୋଷ୍ଟ ରେଲୱେ, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଓ ରେନବୋ କ୍ଲବ ଭୁବନେଶ୍ୱର । ସମସ୍ତ ଦଳ ଗୁଡିକ ରେ ଜାତୀୟ ସ୍ତରର ଖେଳାଳି ମାନଙ୍କ ଉପସ୍ଥିତି ଏହି ପ୍ରତିଯୋଗିତାକୁ ଆକର୍ଷଣୀୟ କରିବ ବୋଲି ଆଶା କରାଯାଉଛି । ମ୍ୟାଚ୍ ଗୁଡ଼ିକ ଓଡ଼ିଶା ଭଲିବଲ ଆସୋସିଏସନ୍ ର ଖ୍ୟାତି ସଂପନ୍ନ ଜାତୀୟ ରେଫରୀ ମାନଙ୍କ ଦ୍ଵାରା ପରିଚାଳିତ ହେବ । ବିଜେତା ଓ ଉପବିଜେତା ଦଳ ପାଇଁ ଆକର୍ଷଣୀୟ ନଗଦ ଅର୍ଥ ରାଶି ସହିତ କପ୍ ପ୍ରଦାନ କରାଯିବ। ସମସ୍ତ ବର୍ଗ ର ଶ୍ରେଷ୍ଠ ଖେଳାଳି ମାନଙ୍କ ପାଇଁ ପୁରସ୍କାର ର ବ୍ୟବସ୍ଥା କରାଯାଇଛି। ପ୍ରକାଶ ଥାଉ କି ଏହି କ୍ଲବ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଅଭିରାମ ନାୟକ ଙ୍କ ଗତ କିଛିଦିନ ପୂର୍ବରୁ ଦେହାନ୍ତ ହୋଇଯାଇଛି। ଏହି ପ୍ରତିଯୋଗିତାଟି ସ୍ଵର୍ଗତ ଅଭି ଭାଇ ଙ୍କୁ ସମର୍ପିତ ଓ ତାଙ୍କ ନାମାନୁସାରେ ଅଭି ଭାଇ କପ୍ ରଖାଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟ ର ସମସ୍ତ ଖେଳ ପ୍ରେମୀ, ପୂର୍ବତନ ଭଲିବଲ ଖେଳାଳୀ, କ୍ରୀଡା ସଙ୍ଗଠକ ଓ ବିଭିନ୍ନ କ୍ଲବ ର ସଦସ୍ୟ ମାନେ ଉପସ୍ଥିତ ରହି ଖେଳ କୁ ଉପଭୋଗ କରିବା ସହିତ ଖେଳାଳି ଓ ଆୟୋଜକ ଙ୍କ ମନୋବଳ ବଢ଼ାଇବା ପାଇଁ ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ବାବୁ ସିଂ ଓ ସମ୍ପାଦକ ଶ୍ରୀଯୁକ୍ତ ରଜତ କୁମାର ତ୍ରିପାଠୀ ଅନୁରୋଧ କରିଛ