
କଟକଣା ନିଷିଦ୍ଧାଞ୍ଚଳରୁ ଜବତ ହେଲା ଗୋଟିଏ ମାଛଧରା ଟ୍ରଲର ୬ ଜଣ କର୍ମଚାରୀ ଅଟକ – ପଦାରେ ପଡୁଛି ମସ୍ଚ୍ୟ ବିଭାଗ ର ଅପାରଗତା
କାକଟପୁର ( ତୁଷାର ଦୀକ୍ଷିତ )ତା ,୧୨/୩,ମସ୍ଚ୍ୟ ବିଭାଗ ର ଅପାରଗତା ଏବଂ ଟ୍ରଲର ମାଲିକଙ୍କ ସହିତ ଥିବା ମଧୁ ଚନ୍ଦ୍ରିକା କାରଣରୁ ଫେଲ ମାରୁଚି ଅଲିଭ୍ ରିଡଲେ କଇଁଛ ଙ୍କ ସୂରକ୍ଷା ନିମନ୍ତେ ନଭେମ୍ବର ୧ରୁ ମେ ମାସ ୩୧ପର୍ଯ୍ୟନ୍ତ ଲାଗୁ ହୋଇଥିବା କଟକଣା । ନିଷିଦ୍ଧାଞ୍ଚଳରୁ ବାରମ୍ବାର ମାଛଧରୁ ଥିବା ବେଳେ ଅସ୍ତରଙ୍ଗର ବନବିଭାଗର ପେଟ୍ରୋଲିଙ୍ଗ ଟିମ୍ ଜବତ କରୁଚି ଟ୍ରଲର ବନ ବିଭାଗ ଟ୍ରଲର ଜବତ କରିବା ପରେ ସାମୁଦ୍ରିକ ମସ୍ଚ୍ୟ ବିଭାଗ କୁ ହସ୍ତାନ୍ତର କରିଦେଇ ଥାଏ କିନ୍ତୁ ମସ୍ଚ୍ୟ ବିଭାଗ କୁ ଟ୍ରଲର ହସ୍ତାନ୍ତର ହେବା ପରେ ଆରମ୍ଭ ହୁଏ ଅସଲି ଖେଳ ଟ୍ରଲର ରେ ଥିବା ମାଛ ର ପରିମାଣ କୁ ଗୁପ୍ତ ରଖି ଅଳ୍ପ ପରିମାଣ ର ମାଛ କୁ ସାଗମାଛ ଦରରେ ନିଲାମ କରି ମୋଟା ଅଙ୍କରେ ମୁନାଫା କମେଇ ବସିପଡନ୍ତି ବିଭାଗୀୟ ଅଧିକାରୀ ମାନେ ଯାହାର ପ୍ରଭାବ ଦେଖିବା ପାଇଁ ମିଳିଛି ଅସ୍ତରଙ୍ଗ ଉପକୂଳ ରେ। ମଙ୍ଗଳବାର ଦିନ ମଧ୍ୟାନ୍ନ ରେ ଅସ୍ତରଙ୍ଗ ଉପକୂଳ ଦେବୀନାଶିରେ ଗୋଟେ ଟ୍ରଲର ଯାହାର ନାମ ଗଙ୍ଗା ମାତା-୨ ଆଇ ଏନ ଡି.୦୫. ଏମ ଏମ ୧୧୭୪ ବେଆଇନ ଭାବରେ ମାଛ ମାରୁଥିବା ବେଳେ ଅସ୍ତରଙ୍ଗ ବନ ବିଭାଗ ର ଏକ ପେଟ୍ରୋଲିଙ୍ଗ ଟିମ ଦ୍ୱାରା ଜବତ ହୋଇଛି , ଏଥିରେ ଥିବା ୬ ଜଣ କର୍ମଚାରୀ ଅଟକ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରଲର ଟି ଜବତ ହେବା ପରେ ସନ୍ଧ୍ୟା ସୁଧା ରେଞ୍ଜର ଙ୍କ ତତ୍ୱାବଧାନ ରେ ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯିବାକୁ ରହିଛି, | ସୂଚନା ମୁତାବକ ମଙ୍ଗଳ ବାର ଦିନ ଫରେଷ୍ଟର ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ କୈଳାଶ ନାୟକ ,, ଫରେଷ୍ଟ ଗାର୍ଡ଼ ଅଭିମନ୍ୟୁ ବେହେରା ଏବଂ ଏପିଆର ଫୋର୍ସ ସମୁଦ୍ର ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଟ୍ରଲର ଟିକୁ କୁ ନିଷିଦ୍ଧାଞ୍ଚଳ ଭିତରେ ଧରିଥିଲେ । ମସ୍ଚ୍ୟ ବିଭାଗ ର କୋହଳ ଆଭିମୁଖ୍ୟ ର ସୁଯୋଗ ନେଇ ନିଷିଦ୍ଧଞ୍ଚଳ କୁ ଟ୍ରଲର ପଶିବାକୁ ସାହାସ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି