
ଦେବା ଦେବୀଙ୍କୁ ସାଙ୍ଗରେ ଧରି ଚାପ ଖେଳିଲେ ମା ବାଣପୁର ଭଗବତୀ
ବାଣପୁର: ତା ୩୧.୫.୨୪ (ଶାଶ୍ଵତ ଟିଭି ) ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନଯାତ୍ରା ପରି ଶକ୍ତିପୀଠ ବାଣପୁରର ଆରାଧ୍ୟା ଜଗଜ୍ଜନନୀ ମା ଭଗବତୀ ମଧ୍ୟ ଏ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଚାପଖେଳନ୍ତି l ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ୨୧ ଦିନ ପର୍ଯ୍ୟନ୍ତ ଚାଲେ ଚନ୍ଦନ ଯାତ୍ରା l କିନ୍ତୁ ଶେଷ ୩ ଦିନ ନିକଟସ୍ଥ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ଗୋପାଳପୁର ଶାସନର ମାଜଣା ପୁଷ୍କରିଣୀରେ ସୁସଜ୍ଜିତ ନୌକାରେ ବସି ଚାପଖେଳାନ୍ତି l

ମା ଭଗବତୀ ଙ୍କ ସାଥିରେ ଶ୍ରୀ ଦକ୍ଷେଶ୍ୱର, ଗୋପୀନାଥ, ରଙ୍କନାଥ, ଗୋପାଳପୁର ଶାସନର ଶ୍ରୀ କପିଳେଶ୍ୱର, ବାଲୁଙ୍କେଶ୍ୱର,କୋଟପୁରର ଶ୍ରୀ ନୀଳକଣ୍ଠେଶ୍ଵର ଓ ପାଟପୁରର ଶ୍ରୀ ଗୋପୀନାଥ ଦେବ ଶାସନୀ ଠାକୁର ମାନେ ମଧ୍ୟ ଚାପ ଖେଳିଥାନ୍ତି l ଏହାକୁ ଗୋପାଳପୁର ଶାସନର ଗ୍ରାମବାସୀ ମାନେ ପରିଚାଳନା କରିଥାନ୍ତି l ମା ଭଗବତୀ ଶେଷ ତିନିଦିନ ସନ୍ଧ୍ୟାରେ ସେବକ ପାଳିଆମାଳି, ପୁଜକ, କାଠିନାହାକ, ଦିଅଁ ବିଜେ ଓ ଅନ୍ୟାନ ସେବକ ମାନଙ୍କ ଗହଣରେ ଘଣ୍ଟ କାହାଳି ବାଜା ଛତି ଚାମର ଇତ୍ୟାଦି ସେବା ବ୍ୟଞ୍ଜନ ପାଇ ବିଜେ କରନ୍ତି l ଚାପ ଖେଳିବା ସହ ନିଶଙ୍ଖୁଡି ଭୋଗ ଖାଈ ଫେରନ୍ତି l