
ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ୧୩ ଜଣ କର୍ମଚାରୀ ଅଟକ, ଲକ୍ଷାଧିକ ଟଙ୍କାର ମାଛ ଥିବା ସୂଚନା
କାକଟପୁର: ୮/୧୧
ତୁଷାର ଦୀକ୍ଷିତ
ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ କଟକଣା ଲାଗିଥିଲା ବେଳେ ପ୍ରେଟ୍ରୋଲିନ ଟିମ୍ ଦ୍ୱାରା ଆଜି ଶୁକ୍ରବାର ଦିନ ପୁଣି ଏକ ଟ୍ରଲର ଜବତ ହୋଇଛି | ଯେଉଁଥିରେ ୧୩ ଜଣ କର୍ମଚାରୀ ଲକ୍ଷାଧିକ ଟଙ୍କାର ମାଛ ରହିବା ଖବର ମିଳିଛି | ମୁହାଣ ନିକଟରୁ ଏହି ଟ୍ରଲର ଜବତ ପରେ ବନବିଭାଗ ହେପାଜତରେ ନୂଆଗଡ ସ୍ଥିତ ସାମୁଦ୍ରିକ ଜେଟୀକୁ ଆଣି ସାମୁଦ୍ରିକ ମସ୍ଥ୍ୟବିଭାଗକୁ ହସ୍ତାନ୍ତର କରାଯାଇଥିଲା |ସେଥିରୁ ମାଛ ବାହାର କରି ନିଲାମ ପ୍ରକ୍ରିୟା ଜାରିରହିବା ଓ ଖବର ଲେଖା ହେବା ପର୍ଯ୍ୟନ୍ତ ମାଛର ପରିମାଣ ସମ୍ପର୍କରେ ସୂଚନା ମିଳିପାରିନି | କାଗଜପତ୍ର ମୁତାବକ ଜବତ ଟ୍ରଲର ନାମ ସର୍ଵ ମଙ୍ଗଳା -୭, ଏହା ବାଲେଶ୍ୱର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଓ ଏହାର ମାଲିକ କେନ୍ଦ୍ରାପଡା ଅଞ୍ଚଳର ଶିବାନୀ ମୈତି ବୋଲି ଜଣାପଡିଛି | ସୂଚନାନୁସାରେ ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ ସମୁଦ୍ର କୂଳରରୁ ୨୦ କିମି ପର୍ଯ୍ୟନ୍ତ ପରିସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ୧ ନଭେମ୍ବରରୁ ୩୧ ମେ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲାଗୁହୋଇଛି | ଏହି ସମୟରେ ବନବିଭାଗ,ମସ୍ଥ୍ୟବିଭାଗ ଓ ତଟରକ୍ଷୀ ବାହିନୀ ମିଳିତ ଆନୁକୂଲ୍ୟରେ ଜଳପଥରେ ପେଟ୍ରୋଲିନ ଜାରିରହିଛି | କିନ୍ତୁ ନିୟମକୁ ନମାନି ଅବାଧରେ ଟ୍ରଲର ଚଳାଚଳ ହେବାରୁ ଆଜି ପୁଣି ଏକ ଟ୍ରଲର ଜବତ ହେବା ଅସ୍ତରଙ୍ଗ ସାମୁଦ୍ରିକ ମସ୍ଚ୍ୟ ଅଧିକାରୀ ସତ୍ୟଜିତ ଦାସ ସୂଚନା ଦେଇଛନ୍ତି | ଆଜିର ଜବତ ଟ୍ରଲରରୁ ୨୫ ରୁ ଅଧିକ ଟ୍ରେ ମାଛ ରହିଥିବା ଓ ଯାହାର ପରିମାଣ ୫ରୁ ୬ କୁଇଣ୍ଟାଲ ହେବ ବୋଲି ସାମୁଦ୍ରିକ ମତ୍ସ୍ୟବିଭାଗ ଅଧିକାରୀ ସତ୍ୟଜିତ୍ ଦାଶ ପ୍ରାରମ୍ଭିକ ସୂଚନା ଦେଇଛନ୍ତି |