
ଗୋରୁ ଗାଡି ଜବତ, ୨ ଗିରଫ
କାକଟପୁର ତା ୨୦/୧୧/୨୪ ,
( ତୁଷାର ଦୀକ୍ଷିତ )
କାକଟପୁର ଥାନା ଅଧିନସ୍ଥ ପଥରପକା କେନାଲ ରାସ୍ତାରେ ଏକ ବେଆଇନ ଗୋରୁ ବୋଝେଇ ମହିନ୍ଦ୍ରା ପିକଅପ ଭ୍ୟାନ (ନମ୍ବର OD05BP-2877) ରେ ଗୋଚାଲାଣକାରୀ ମାନେ ଚୋରାଚାଲାଣ କରୁଥିବାବେଳେ କାକଟପୁର ପୋଲିସ କୌଣସି ସୂତ୍ରରୁ ଖବର ଉକ୍ତ ସ୍ଥାନରେ ଚଢ଼ାଉ କରି ଗାଡିଟିକୁ ଥାନାକୁ ଆଣିଥିଲେ l ଏଥିରେ ଚାରି ଗୋଟି ଷଣ୍ଢ ଓ ବଳଦ ଥିବାବେଳେ ଗୋରୁ ଗୁଡିକୁ ପୁରୀ ବାଲିଘାଇ ସ୍ଥିତ ଗୋଶାଳାରେ ଛାଡ଼ିଥିବା ତଦନ୍ତ କାରୀ ଅଧିକାରୀ ବିଶ୍ୱନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି l ଥାନା କେଶ ନମ୍ବର 231/24 ଦଫା 303(2),317(2),3(5),11(1) ପଶୁ ନିଷ୍ଠୁରତା ଆଇନରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଅପର ପକ୍ଷରେ କାକଟପୁର ଓ ଏହାର ଆଖପାଖ ଅଞ୍ଚଳରୁ ଗୋସମ୍ପଦ ଲୁପ୍ତ ହେବାକୁ ବସିଥିବା ବେଳେ ଚୋରା ଗୋଚାଲାଣକାରୀଙ୍କ ଲୋଲୁପ ଦୃଷ୍ଟି ଗୋସମ୍ପଦ ଉପରେ ପଡିଛି l ତୁରନ୍ତ ଗୋଚାଲାଣକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରୀୟ ଗୋ-ସୁରକ୍ଷା ସମିତି ଦାବୀ କରିଛି l