
୧୦ ମାର୍ଚ୍ଚରେ ମାଗଣା ସାମୁହିକ ବ୍ରତୋପନୟନ
୨୦/୦୨/୨୦୨୫ – ପୁରୀ, ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ୧୦ ରିଖ ସୋମବାର ଦିନ ଏକାଦଶୀ ତିଥିରେ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନ ପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ। ବ୍ରତାଧରୀଙ୍କ ସହିତ ସମ୍ପର୍କୀୟଙ୍କ ରହିବା, ଖାଇବା ସହିତ ସମଗ୍ର ସାମଗ୍ରୀ ଯୋଗାଇ ଦିଆଯିବ। ଏଣୁ ରାଜ୍ୟ ଏବଂ ରାଜ୍ୟ ବାହାରର ଆଗ୍ରହୀ ବ୍ରାହ୍ମଣ ପରିବାର ମାର୍ଚ୍ଚ ତା ୦୭ ରିଖ ସୁଦ୍ଧା ଜୀୟର ସ୍ୱାମୀ ମଠ ବାଲିସାହି ପୁରୀ ମୋବାଇଲ -9861033397, 9040359067 ନମ୍ୱରରେ ଯୋଗାଯୋଗ କରି ଏହାର ସୁବିଧା ନେବାପାଇଁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଛି ।