
ପାରମ୍ପରିକ ଖାଦ୍ୟ ଦିବସ ପାଳିଲେ ଅଙ୍ଗନବାଡି କର୍ମୀ
କାକଟପୁର ୧୪/୪ :- ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ମହିଳା ଶିଶୁ ବିକାଶ ଅଧିନସ୍ଥ ସମସ୍ତ ପଂଚାୟତ ଅଙ୍ଗନବାଡି କର୍ମୀ ମାନେ ଆଜି ପାରମ୍ପରିକ ଖାଦ୍ୟ ଦିବସ ମହାଆଡମ୍ବରରେ ପାଳନ କରିଛନ୍ତି l ଓଡ଼ିଆ ଘର ର ଖାଦ୍ୟ କେବଳ ସ୍ୱାଦ ଦୃଷ୍ଟି ରୁ ନୁହେଁ ବରଂ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ଆବଶ୍ୟକ ପ୍ରତ୍ୟୋକ ପୋଷକତତ୍ୱ ରେ ଭରପୁର l ବୈଜ୍ଞାନିକ, ଜୈବିକ ତଥା ଆୟୁର୍ବେଦିକ ଉପାଦାନ ଗୁଡିକ ର ଆବଶ୍ୟକତା ଦୃଷ୍ଟିରୁ ଅନେକ ଓଡ଼ିଆ ବ୍ୟଞ୍ଜନ ଆମର ଉପଯୋଗୀ l ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମ ହାଣ୍ଡିଶାଳ ରୁ ହଜିଯାଉଥିବା ବ୍ୟଞ୍ଜନ ଗୁଡିକୁ ଓ ଆମ ପାରମ୍ପରିକ ଓଡ଼ିଆ ଘର ର ପିଠା ପଣା ଆଦିକୁ ଆଜିର ପିଢ଼ି ମଧ୍ୟରେ ପୁନଃ ଆଦୃତ କରିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ l ଏହି ପରିପ୍ରେକ୍ଷିରେ କାକଟପୁର ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଏକତ୍ରିତ ହୋଇ ଏହି ପାରମ୍ପରିକ ଦିବସ କୁ ମହାଡମ୍ବର ରେ ପାଳନ କରିଛନ୍ତି l ଆମ ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ପାରମ୍ପରିକ ଓଡ଼ିଆ ହାଣ୍ଡିଶାଳ ଖାଦ୍ୟ ଯଥା,ପଖାଳ, ଖେଚୁଡ଼ି, ଡାଲମା, ବାରିବଗିଚା ରେ ମିଳୁଥିବା ବିଭିନ୍ନ ଶାଗ, ସଜନା ଛୁଇଁ ଭଜା, ଲିମ୍ବ କଢ଼ ଭଜା, ବଡି ଚୁରା, କଞ୍ଚା ଆମ୍ବ ଚଟଣି, ବାଇଗଣ ଭର୍ତ୍ତା, ପଣସ କଠା ତରକାରୀ, ଭୁରସଙ୍ଗ ପତ୍ର ଚଟଣି, କଖାରୁ ଫୁଲ ପିଠା, ବିଭିନ୍ନ ପିଠା, ଇତ୍ୟାଦି ପ୍ରସ୍ତୁତ କରି ଏହି ଖାଦ୍ୟ ଦିବସ କୁ ସରସ ସୁନ୍ଦର କରିବାକୁ ପ୍ରୟାସ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ କାକଟପୁର ସେକ୍ଟର ସୁପରଭାଇଜର ରାଜଲକ୍ଷ୍ମୀ ଦେଇ ଉଦଘାଟନ କରିଥିବା ବେଳେ, ସଙ୍ଘ ସଭାପତି ପ୍ରିୟମ୍ବଦା ମିଶ୍ର, ଙ୍କ ସହିତ ମିନାକ୍ଷୀ ପଣ୍ଡା. ଦେଶ ପ୍ରିୟା, ଅହଲ୍ୟା ସୁନ୍ଦରୀ,ଜୟଶ୍ରୀ ତ୍ରିପାଠୀ, ସୁମିତ୍ରା, ରଶ୍ମିରେଖା,ସୁକାନ୍ତି ପ୍ରମୁଖ ଅଙ୍ଗନବାଡି କର୍ମୀ ମାନେ ସହଯୋଗ କରିଥିଲେ l