
କାଦୁଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା ରେ ୧୩ ବର୍ଷ ବାଳକ ର ମୃତ୍ୟୁ
ତା ୧୧.୦୨.୨୦୨୫ ରିଖ- ସତ୍ୟବାଦୀ: ସମୟ ସଖାଳ ୭.୦୦ ଘଟିକା ସମୟରେ ଦିବ୍ୟ ରଞ୍ଜନ ଭୋଳ(ବାବୁନା), ବୟସ – ୧୩ ବର୍ଷ, ପିତା- ଗଙ୍ଗାଧର ଭୋଳ (୪୫) ପିତା-ଭାଗା ଭୋଳ ଗ୍ରାମ- ଅରେଇପଡା ଥାନା-ଚନ୍ଦନପୁର ଜିଲା – ପୁରୀ ଯିଏକି ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସେ ସତ୍ୟବାଦୀ ଥାନା ଅନ୍ତଗର୍ତ ଭଟପୁର ଗ୍ରାମ ରାଉତ ସାହିରେ ତାଙ୍କ ମାମୁଙ୍କ ପାଖରେ ରହୁଥିଲେ । ସେ ଆଜି ସାକ୍ଷୀଗୋପାଳ କଲେଜ ଛକରୁ ଜଳଖିଆ ଖାଇ ଘରକୁ ଫେରୁଥିବା ସମୟରେ NH-316 ଜାତୀୟ ରାଜପଥରେ କାଦୁଆ ଛକ ପୂର୍ବରୁ ପୁରୀରୁ ଭୁବନେଶ୍ଵର ଆଡକୁ ଯାଉଥିବା ଏକ କାର ଯାହାର ନମ୍ବର
OD02-CZ-9594କୁ ଚାଳକ ମାନସ ସାହୁ, ପି. ଗିରିଧାରୀ ସାହୁ, ପ୍ଲଟ ନମ୍ବର ୨୧୩ ଫେଜେ-୩, ଡ଼ୁମୁଡୁମା, ଥାନା- ଖଣ୍ଡଗିରୀ, ଜିଲ୍ଲା ଖୋର୍ଦ୍ଧା ବେପରୁଆ ଭାବରେ ଗାଡିକୁ ଚଳେଇ ଆଣି ଦିବ୍ୟ ରଞ୍ଜନକୁ ଧକା ଦେଇଥିଲା । ଯାହା ଫଳରେ ଦିବ୍ୟ ରଞ୍ଜନ ଗୁରୁତର ହୋଇ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀ ମେଡିକାଲ ଓ ଶେଷରେ ଭୁବନେଶ୍ଵର ସମ ହସ୍ପିଟାଲ ନେବା ବାଟରେ ‘ମୁତ୍ୟୁ ହୋଇଯାଇଥିଲା ଏ ସଂକ୍ରାନ୍ତରେ ଗାଡି ଜବତ ହୋଇଛି ଓ ଗାଡିର ଡ୍ରାଇଭର ମାନସ ସାହୁ ଅଟକ ଅଛନ୍ତି । ଏହି ଘଟଣାରେ ମୃତକଙ୍କ ପିତା ଗଙ୍ଗାଧର ଭୋଳଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା ମକଦମା ନମ୍ବର ୩୭ ତା ୧୧.୦୨.୨୦୨୫ ଦଫା ୨୮୧/୧୦୬( 1) ବିଏନଏସ ରେ ରୁଜୁ ହୋଇଛି ଓ ଏହାର ତଦନ୍ତ ଭାର SI ପ୍ରିୟତମା ପ୍ରଧାନ ଙ୍କୁ ଦିଆଯାଇଛି । ମୁତଫା ର postmortom କରାଯାଇ ମର ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି.