
୫ଟି ଅଧିକାରୀଙ୍କ ମଙ୍ଗଳା ମନ୍ଦିର ଗ୍ରସ୍ତ, ପରେ ଆଜି ପ୍ରଥମ ପର୍ଯ୍ୟାୟରେ ଉନ୍ନତିକରଣ କାର୍ଯ୍ୟ ପାଇଁ ସେବାୟତ ଙ୍କ ସହିତ ଆଲୋଚନା
କାକଟପୁର ତା ୧୮/୧, ଗତ 24 ତାରିଖରେ ୫ଟି ସଚିବ କେ ପାଣ୍ଡିଆନ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଗ୍ରସ୍ତ କରିଥିଲେ l ଆଜି 5 ତ ସଚିବ ଙ୍କ ନିର୍ଦ୍ଧେଶ କ୍ରମେ ପୁରୀ 2 ଡିଭିଜନ ମ୍ୟାନେଜର ସୁନ୍ଦର ମାଧବ ପାଢ଼ୀ ଆଜି ଆସି ମା ମଙ୍ଗଳାଙ୍କ ମନ୍ଦିରର ଉନ୍ନତିକରଣ, ରକ୍ଷଣା ବ୍ୟକ୍ଷଣ, ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କିପରି ଭାବେ କରାଯାଇ ପାରିବ ସେ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ପ୍ରଶାସକ କୈଳାଶ ଚନ୍ଦ୍ର ଦାଶ, କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁଷାର ଜ୍ୟୋତିରଞ୍ଜନ,ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ବିରଞ୍ଚି ନାରାୟଣ ବେହେରା, ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ପ୍ରଦୀପ ପଣ୍ଡା,ମାନସ କୁମାର ଦୀକ୍ଷିତ ଓ ସେବକ ନିଯୋଗ ର ପବିତ୍ର କୁମାର ଦୀକ୍ଷିତ,ତାପସ ଦୀକ୍ଷିତ ଶାନ୍ତନୁ ଦୀକ୍ଷିତ, ସୁବାଷ ଚନ୍ଦ୍ର ପାଢ଼ୀ, ତପନ କୁମାର ଦୀକ୍ଷିତ (ଟିକିନା )ଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ l ଏହି ପ୍ରରିପେକ୍ଷୀରେ ଡିଭିଜନ ଅଫିସର ଶ୍ରୀ ପାଢ଼ୀ କାକଟପୁର ମଙ୍ଗଳା ମନ୍ଦିର ଗ୍ରସ୍ତକରି ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିରର ରକ୍ଷଣାବ୍ୟକ୍ଷଣ,ସୌନ୍ଦର୍ଯ୍ୟକରଣ ପାଇଁ କି କି କାର୍ଯ୍ୟ କରାଯାଇ ପାରିବ ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ l ବର୍ଷାଦିନେ ମନ୍ଦିରରୁ ପାଣି ଗଳୁଥିବାରୁ ତାହାର ମରାମତି, ମନ୍ଦିର ବେଢାରେ ଥିବା ଭୋଗ ଓ ଦ୍ବୀପ ଦୋକାନକୁ ବାହାରକୁ ସ୍ଥାନାନ୍ତର କରିବା, ମନ୍ଦିର ପରିସରରୁ ବର୍ଷାଜଳ ସୁଚାରୁରୂପେ ନିଷ୍କାସନ, ମନ୍ଦିର ଚାରିପଟେ ବେଢାରେ ଖଣ୍ଡ ଲାଇଟ ପଥର ପଡିବା ଏବଂ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ନୂତନ ପ୍ରସାଦ ସେବନ ସ୍ଥାନ ଓ ମା ଙ୍କ ପୂଜାନୀତି ପାଇଁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ରୋଷଘରର ନୂତନ ନିର୍ମାଣ କରିବା ସହିତ ଘଣ୍ଟ ତୋଳା ତୁଠର ପନଃରୁଦ୍ଧାର ତତ ସହିତ ଚନ୍ଦନ ବଜାର ନିକଟରେ ଠାକୁରଙ୍କ ପାଇଁ ପ୍ରାଚୀ ନଦୀରେ ଚାପ ଖେଳିବା ପାଇଁ ତୁଠ ର ପୁନଃରୁଦ୍ଧାର ସମ୍ପର୍କରେ ସବିଶେଷ ତଥ୍ୟ ଗ୍ରହଣ କରିଥିଲେ l ମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ବ୍ରାହ୍ମଣ ପାଇଁ ଏକ କର୍ମକାଣ୍ଡ ଗୃହ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆ ଯାଇଥିଲା l ଶ୍ରଦ୍ଧାଳୁ ମାନଙ୍କ ଯାନବାହାନ ସୁଚାରୁରୂପେ ଯେପରି ପାର୍କିଂ କରାଯିବା ସହିତ ସେଠାଇ ଚାରିପଟେ ପାଚେରୀ ନିର୍ମାଣ ସାଙ୍ଗକୁ ଉଜ୍ୱଳ ଆଲୋକ ବ୍ୟବସ୍ତା ବିଶ୍ରାମ ସ୍ଥାନ ପାନୀୟ ଜଳର ସୁବିଧା ଉପରେ ସବିଶେଷ ଆଲୋଚନା ହୋଇ ତୁରନ୍ତ କାର୍ଯ୍ୟ ଚାଲୁ ହେବ ବୋଲି ଜଣାପଡିଛି