Friday May 23, 2025
Saswat Television & Entertainment Saswat Television & Entertainment
  • News
    • Important News
    • Video News
    • Devotional
    • CRIME
    • SOCIAL
    • Employment
  • HEALTH
  • Politics
  • Sports
  • Culture & Tradition
  • Knowledge and Science
  • Education
  1. Home
  2. Culture & Tradition
  3. ରଙ୍ଗେଇଲୁଣ୍ଡା ବିମାନସେବା ର ଶୁଭାରମ୍ଭ
 ରଙ୍ଗେଇଲୁଣ୍ଡା ବିମାନସେବା ର ଶୁଭାରମ୍ଭ
Culture & Tradition Important News Knowledge and Science

ରଙ୍ଗେଇଲୁଣ୍ଡା ବିମାନସେବା ର ଶୁଭାରମ୍ଭ

March 6, 2023 132 0 Comment

ଯୁଗ ଯୁଗ ପାଇଁ ଅଦମ୍ୟ ସାହସ, ଓ ଅନନ୍ୟ ପରାକାଷ୍ଠାର ବାର୍ତ୍ତା ଦେଇ ଚାଲିବ ବିଜୁ ବାବୁଙ୍କ ଡାକୋଟା

ଭୁବନେଶ୍ୱର – ରଙ୍ଗେଇଲୁଣ୍ଡା ବିମାନସେବା ର ଶୁଭାରମ୍ଭ

ବିଧାନ ସଭାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର
ମାର୍ଚ୍ଚ ୫, ୨୦୨୩

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତି ଉଦ୍ଦେଶ୍ୟରେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ସମର୍ପଣ କରିଛନ୍ତି। Dakota DC-3 (VT-AUI) । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆ ମାନଙ୍କ ପାଇଁ ଓ ସାରା ଦେଶ ବାସୀଙ୍କ ପାଇଁ ସମର୍ପିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ବିମାନ କଲିକତା ବିମାନ ବନ୍ଦର ରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନ ବନ୍ଦରକୁ ଅଣା ଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରଦର୍ଶନ କରାଯାଇଛି।

ଏହି ବିମାନରେ ରହିଛି ବିଜୁ ବାବୁଙ୍କର, ଜଣେ ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠା ର କାହାଣୀ। ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ Indonesia ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ସେ କାହାଣୀ ଆଜି ସମସ୍ତେ ଜାଣନ୍ତି। କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀ କୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶା ବାସୀ, ଦେଶ ବାସୀ।

ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବିମାନ ଏବେ ଯୁଗ ଯୁଗ ଧରି ଓଡ଼ିଆ ମାନଙ୍କୁ ସାହସ, ବିରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେଇ ଚାଲିବ। ବିଶ୍ଵ ବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା non scheduled flightର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ଆଜି ବିଧାନ ସଭା ଯାଇ ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY
Previous post
Next post

Leave a Reply Cancel reply

You must be logged in to post a comment.

english
Saswat Television & Entertainment Saswat Television & Entertainment

MAHAMAYASAHI, SAKHIGOPAL, PURI

+91 81444 94845

digital@saswattv.in

Saswat Tv

About Us
Work With Us
Contact
Disclaimer
Privacy Policy

News Categories

  • Health
  • Knowledge and Science
  • Politics
  • Weather
  • Employment
  • Entertainment
  • Education
  • Condolence

ସୋସିଆଲ୍ ନେଟୱର୍କ୍

Download app:

Latest news

  • Outstanding CBSE Results at Odisha Adarsha Vidyalaya, Satyabadi
    14 May 2025 Education
  • CBSE Class 10 Results Announced: Xavier High School, Pipili Shines Bright
    13 May 2025 Education
  • Dedicated to Lord Jagannath: Puri Literary Festival
    21 Apr 2025 SOCIAL
  • Maa Mangala’s Sacred Jhamu Yatra Concludes Today, Thousands of Devotees Mesmerized by Ghanta Patua Dance
    15 Apr 2025 Culture & Tradition
  • Traditional Food Day Celebrated by Anganwadi Workers
    15 Apr 2025 Culture & Tradition
Copyright 2025. All Right Reserved. Saswat Television & Entertainment