
ଏକମାତ୍ର କାକଟପୁରସ୍ଥିତ ମଙ୍ଗଳା ମନ୍ଦିରରେ ଚୈତ୍ରମାସର ପଞ୍ଚମ ମଙ୍ଗଳବାର
ଡାକଟପୁର ରାଜ୍ୟର ବିଭିନ୍ନ ଦେବାଦେଵୀ ପୀଠ
ଏବଂ ଗାଁ ଠାକୁରାଣୀଙ୍କ ନିକଟରେ ପଣା
ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପାରମ୍ପରିକ ପ୍ରଥାନୁସାରେ
ଝାମୁଯାତ୍ରା ଯାତ୍ରା
ଅନୁଷ୍ଠିତ ହେଇଆସୁଛି । ।
ଏକମାତ୍ର କାକଟପୁରସ୍ଥିତ ମଙ୍ଗଳା ମନ୍ଦିରରେ ଚୈତ୍ର
ମାସର ପଞ୍ଚମ ମଙ୍ଗଳବାର (ସମୟେ ସମୟେ ଏହା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ )ଝାମୁଯାତ୍ରା ଅନୁଷ୍ଠିତ
ହୋଇଥାଏ। ଏଥିପାଇଁ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ପ୍ରସିଦ୍ଧ l ଆସନ୍ତା ୧୧ ତାରିଖରେ
ଅନୁଷ୍ଠିତ ହେବ ଏହି ଅନନ୍ୟ ପରମ୍ପରା।
ବିଳମ୍ବିତ ରାତ୍ରରେ ହୁଏ କାଳିକା ନୃତ୍ୟ
ମା’ ମଙ୍ଗଳାଙ୍କୁ ଆଦ୍ୟାଶକ୍ତି, ଯୋଗମାୟା
ଭାବେ ବିବେଚନା କରାଯାଉଥିବା
ବେଳେ ସେ ହିଁ ଦୁର୍ଗା, ସେ ହିଁ କାଳୀ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି । ଏଥିପାଇଁ ଝୁମୁଯାତ୍ରାର ତୃତୀୟ,
ଚତୁର୍ଥ, ପଞ୍ଚମ ମଙ୍ଗଳବାର ବିଳମ୍ବିତ
ରାତିରେ ଅନୁଷ୍ଠିତ ହୋଇଥାଏ କାଳିକା ନୃତ୍ୟ । ଏଥପାଇଁ ମା’ ମଙ୍ଗଳାଙ୍କ ଜଣେ
ଖମାରେଇ ସେବକ ଦୋଳପୂର୍ଣ୍ଣିମାଠାରୁ ସୁଦ୍ଧପୂତ ଭାବେ ହବିଷାନ୍ନ ଭୋଜନ କରି ନିଷ୍ଠାରେ ରହିଥାନ୍ତି l ମଙ୍ଗଳବାର ବିଳମ୍ବିତ ରାତ୍ରିରେ ନିଜକୁ କାଳିବେଶରେ ସଜ୍ଜିତ କରି ମନ୍ଦିରକୁ ଯାଇ ମା’ଙ୍କୁ ସ୍ତୃତି କରିବାପରେ ପୂଜାପଣ୍ଡା ତାଙ୍କୁ ମା’ଙ୍କଠାରେ ପୂର୍ବରୁ ଲାଗି ହୋଇଥିବା ଖଡ୍ଗ (ଖଣ୍ଡା)ଏବଂ ଲାଗିମାଳ ଦେଇଥାନ୍ତି l ଏହାପରେ ସେବକ ଜଣକ କାଳିକା ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ମନ୍ଦିର ବେଢା ଓ
ସେବକ ସାହି ଦାଣ୍ଡରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଏହି ନୃତ୍ୟ ମଙ୍ଗଳାଙ୍କ ଝାମୁଯାତ୍ରାର ଅନ୍ୟ ଏକ
ଆକର୍ଷଣ ବୋଲି କହିଛନ୍ତି ପୂଜକ ତଥା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ
“ଚୁଡାଘସା, ଦହି ଓ ବୋଦାମାଂସ ଭୋଜି”
l ବ୍ରାହ୍ମଣ ଶାସନ ଶ୍ରଦ୍ଧାଳୁ ପରିବାର ପକ୍ଷରୁ ମଙ୍ଗଳ କାମନା କରି ନିଜ
ସେବକମାନଙ୍କ ସହାୟତାରେ ମା’ଙ୍କ ନିକଟରେ ଚୁଡ଼ାଘଷା, ଦହି ଭୋଗ ଲାଗି କରିଥାନ୍ତି। ଏହି ପ୍ରସାଦକୁ ପରିବାରର
ସଦସ୍ୟମାନେ ମନ୍ଦିର ବେଢାରେ ବସି ଖାଇଥାନ୍ତି । ଅପରପକ୍ଷେ କେତେଜଣ ଶ୍ରଦ୍ଧାଳୁ ମନସ୍କାମନା ପୂରଣ ହେବା ପରେ ଯାଚନା କରିଥିବା ଛାଗ,ମେଣ୍ଢା ବୋଦାକୁ ଧରି କାକଟପୁରରେ ପହଞ୍ଚି
ମା’ଙ୍କୁ ସମର୍ପଣ କରିଥାନ୍ତି । ଏହାପରେ
ବୋଦାମାନଙ୍କୁ ପ୍ରାଚୀ ନଦୀକୂଳରେ ପୂଜା
ପାଉଥିବା ଦକ୍ଷିଣ ଚଣ୍ଡୀଙ୍କ ନିକଟରେ ବଳି ପକାଇ ସେଠାରେ ପରିବାର,
ବନ୍ଧୁବାନ୍ଧବ, ଅତିଥିଙ୍କ ସହ ମିଶି
ମାଂସଭୋଜି କରିଥାନ୍ତି ଏଥିପାଇଁ ପ୍ରାଚୀ ନଦୀକୂଳ ଲୋକାରଣ୍ୟ
ହୋଇପଡ଼େ।ଜଗତ ଜନନୀ ମଙ୍ଗଳମୟୀ ମା’ମଙ୍ଗଳାଙ୍କ
କୃପା ମିଳିଲେ ନିଜର ପରିବାରର ମଙ୍ଗଳ
ହୋଇଥାଏ । ମା’ଙ୍କ କୃପା ପାଇବାକୁ କିଏ କେତେ ପ୍ରକାର ବିଧି ପାଳନ କରୁଥିବା ଦେଖିବାକୁ ମିଳେ ।ସଧବା ମହିଳାମାନେ
ମନ୍ଦିରର ଉତ୍ତରପାର୍ଶ୍ୱ ବେଢା ମଧ୍ୟସ୍ଥ
ପନ୍ଥେଇରେ ରେ ହଳଦୀ ପାଣି ଢାଳି , ସିନ୍ଦୂର
ଲଗାଇ, ଫୁଲ ଚଢାଇ ମଙ୍ଗଳ କାମନା ଭିକ୍ଷା କରୁଥିବାବେଳେ ଆଉ କେତେଜଣ ମହିଳା ନୂଆଚାଉଳ, ବିରିକୁ ବେଢାରେ
ବିଞ୍ଚି ଜାମୁଡାଳରେ ଓଳାଇଥାନ୍ତି। ଏହା କଲେ ପରିବାର ପ୍ରତି ଥିବା ଗ୍ରହରିଷ୍ଟ
ମା’ମଙ୍ଗଳା ଦୂର କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଏପରି କି କେତେଜଣ
ଶ୍ରଦ୍ଧାଳୁ ମନ୍ଦିର ଚୁଡ଼ାରୁ ନେତ୍ରୋତ୍ସବରେ
ଖୋଲାଯାଇଥିବା ପୁରୁଣା ନେତ (ପତାକା)ରୁ ଖଣ୍ଡେସାଙ୍ଗରେ ନିଅନ୍ତି। ଏହାକୁ ଘରେ ରଖିଲେ ଗୃହ ନିର୍ମାଣ, ବିବାହ ଆଦି ମଙ୍ଗଳ କାର୍ଯ୍ୟ ନିର୍ବିଘ୍ନରେ ଶେଷ ହୋଇଥାଏ ବୋଲି ଜନଶ୍ରୁତି ରହିଛି । ପୁଣି କେହି ନିଜ
ପରିବାରର ଶୁଭମନାସୀ ଘଣ୍ଟ ପାଟୁଆଙ୍କ ଘଟରୁ ନୃତ୍ୟ ସମୟରେ ଝରୁଥିବା
ଫୁଲକୁ ଆଗ୍ରହର ସହ ନେଇଥାନ୍ତି l
ସବୁଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରସିଦ୍ଧି ଲାଭ କରିଥିବା ମା’ମଙ୍ଗଳାଙ୍କ ଝାମୁଯାତ୍ରା
ଭକ୍ତି ଓ ବିଶ୍ୱାସର ଏକ ନିଆରା ପରମ୍ପରା l
ନେତ୍ରୋତ୍ସବରେ ଆରମ୍ଭ, ଝାମୁରେ ଶେଷ
ଚୈତ୍ରର ପ୍ରଥମ ମଙ୍ଗଳବାର ମନ୍ଦିରରେ ପାଳିତ ହେଇଥାଏ ନେତ୍ରୋତ୍ସବ। ମନ୍ଦିର ଚୂଡାରେ ଥିବା ଚକ୍ରକୁ ମା’ଙ୍କ ସେବକମାନେ ଶୁଦ୍ଧପୁତ ଜଳରେ ସ୍ନାନ କରାଇବା ସହିତ ନୂଆ, ମହୁ, କ୍ଷୀରରେ
ମାର୍ଜଣା କରିଥାନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ନୂଆ ନେତ (ପତାକା)କୁ ପୂଜାପଣ୍ଡା ମା’ଙ୍କୁ ଲାଗି କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ପୂଜା ପାଇଥିବା ନେତକୁ ଏକ ସୁସଜ୍ଜିତ ଥାଳିରେ
ଧରି ୩ଥର ପଟୁଆରରେ ବେଢା ପରିକ୍ରମା ପରେ ନେତକୁ ମନ୍ଦିର ଚୂଡ଼ାକୁ ଉଠାଯାଇଥାଏ ।
ମନ୍ଦିର ଚକ୍ରକୁ ସ୍ନାନ,ମାର୍ଜଣା ଓ ପୂଜାର୍ଚନା ପରେ ପୂର୍ବରୁ ସେଥିରେ ବନ୍ଧାଯାଇଥିବା ନେତକୁ ଖୋଳାଯାଇ ନୂତନ ନେତ ବାନ୍ଧଯାଇଥାଏ l ଏହାକୁ ନେତ୍ରୋତ୍ସବ କୁହାଯାଏ l ନିକଟସ୍ଥ ଗାଁଗୁଡ଼ିକରୁ ଯାଦବ ମାନେ ନିଜ ନିଜର ଚିରଟ ମାନ ଧରି ସଂଘବଦ୍ଧ ହୋଇ ଓଗାଳ
ଗାଇ,ଲଉଡ଼ି ଖେଳି ଏହି ନେତ୍ରୋତ୍ସବରେ ଅଂଶଗ୍ରହଣ କରିଥାନ୍ତି। ନେତ୍ରୋତ୍ସବରୁ
ମା’ ମଙ୍ଗଳଙ୍କ ମନ୍ଦିରର ଆରମ୍ଭ ହୋଇଥାଏ ଏକମାସ ବ୍ୟାପୀ ଖମୁଯାତ୍ରା । ମନ୍ଦିର
ଚତୁଃପାର୍ଶ୍ୱ ଓ ମନ୍ଦିର ରାସ୍ତାରେ ରେ ଏକ ମାସ ଧରି ମେଳା ମେଳା ବସିଥାଏ। ପଞ୍ଚମ ମଙ୍ଗଳବାର
ଅନୁଷ୍ଠିତ ହୁଏ ଖମୁ ଉତ୍ସବ। ମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୩ ଫୁଟ ଓସାର ୨
ପୁଟ ଗଭିର ଓ ୧୦ଫୁଟ ଲମ୍ବର ଏକ ଗର୍ତ୍ତକୁ ରଡ଼ ନିଆଁରେ ପୂର୍ଣ୍ଣ କରାଯାଇଥାଏ।
ଜଗତସିଂହପୁର ଅଞ୍ଚଳର ରାଉଳ ପାଟୁଆ ଏବଂ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆ ମାନେ
ବିରାଟ ପଟୁଆରରେ ମନ୍ଦିରରୁ ବାହାରି ପ୍ରାଚୀନଦୀ ଘଣ୍ଟତୋଳା ତୁଠକୁ ଯାଇଥାନ୍ତି । ସେଠାରେ
ଘଟ ସ୍ଥାପନା,ପାଣିତୋଳା କାର୍ଯ୍ୟ ସାରି ପୁନର୍ବାର ପଟୁଆରରେ ମନ୍ଦିରକୁ ଫେରି ମା’ଙ୍କୁ
ସ୍ମୃତି କରିଥାନ୍ତି ମା’ଙ୍କଠାରୁ ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ କରିବା ପରେ ଏମାନେ ଏକତ୍ର
ରଡ଼ ନିଆଁପୂର୍ଣ୍ଣ ଗର୍ତ୍ତରେ ଘଟଧରି ଖାଲି ପାଦରେ ଚାଲିଥାନ୍ତି। ଏହାକୁ ହିଁ କୁହାଯାଏ ଝାମୁ
ଚାଲିବା। ଖମୁ ଚାଲିବା ପରେ ପଟୁଆମାନେ ମନ୍ଦିର ସମ୍ମୁଖରେ ଏବଂ ବେଢା ମଧ୍ୟରେ ପଟୁଆ
ନୃତ୍ୟ ପରିବେଷଣ କରିଥାନ୍ତି। ଏହାପରେ ଆନୁଷ୍ଠିନିକ ଭାବେ ଶେଷ ହୋଇଥାଏ ଝାମୁଯାତ୍ରା ।
ଆକର୍ଷଣ ସାଜେ ପାଟୁଆ ନୃତ୍ୟ
ମା’ମଙ୍ଗଳାଙ୍କ ଝାମୁଯାତ୍ରାରେ ପାଟୁଆଙ୍କ ଭୁମିକା
କାହିଁ କେଉଁକାଳରୁ ଗୁରୁତ୍ୱବହନ କରିଆସିଛି। ଏହି
ନୃତ୍ୟର ସ୍ଵତନ୍ତ୍ରତା ମଧ୍ୟ ରହିଛି । ପ୍ରତ୍ୟେକ ମଙ୍ଗଳବାର
ପଟୁଆମାନେ ମୁଣ୍ଡରେ ଦଣ୍ଡ ଧାରଣ କରି, ଗୋଡରେ
କାଠଗୋଡ ଲଗାଇ, ନିଜେ ଘଣ୍ଟ ବଜାଇ ଭରସାମ୍ୟ ରାକ୍ଷକରି
ବିଭିନ୍ନ ଶୈଳୀରେ ପାଟୁଆ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।
ଏହା ମନ୍ଦିର ପରିବେଶରେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା
ସହିତ ମାତୃଭକ୍ତଙ୍କୁ ଆମୋଦିତ, ଆହ୍ଲାଦିତ କରିଥାଏ । ପାଞ୍ଚ
ମଙ୍ଗଳବାର ମନ୍ଦିରରେ ପଟୁଆ ନୃତ୍ୟ ପରିବେଷିତ ହୋଇଥାଏ ।
ପାଳିଯାତ୍ରା: ଏଥର ବାରୁଣୀ ଯୋଗ
ଚୈତ୍ର ମାସ ଆସିଲେ ଉତ୍ସବ ମୁଖର ହୋଇପଡ଼େ
ମଙ୍ଗଳାପୀଠ କାକଟପୁର। ପ୍ରଥମ ମଙ୍ଗଳବାର ଠାରୁ
କ୍ରମାନ୍ୱୟରେ ଚତୁର୍ଥ ମଙ୍ଗଳବାର ପାଳିଯାତ୍ରା ଅନୁଷ୍ଠିତ
ହେଉଥିବା ବେଳେ ପଞ୍ଚମ ମଙ୍ଗଳବାର ଝାମୁଯାତ୍ରା
ଅନୁଷ୍ଠିତ ହୋଇଥାଏ । ପଞ୍ଚମ ମଙ୍ଗଳବାରଟି ଚୈତ୍ରର
ଶେଷ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାର
ହେଇଥାଏ । ଚଳିତବର୍ଷ ପଞ୍ଚମ ମଙ୍ଗଳବାର ଚୈତ୍ରର
ଶେଷ ମଙ୍ଗଳବାର ହୋଇଥିବାରୁ ଏହା ବରୁଣା ଯୋଗ
ବୋଲି କହିଛନ୍ତି ପୂଜାପଣ୍ଡା ରଘୁନାଥ ଦୀକ୍ଷିତ ଓ ସୁବାଷ ଚନ୍ଦ୍ର ପାଢ଼ୀ l