
ବାଇଦେଇ ମହୋତ୍ସବ ଉଦଘାଟିତ।ସନ୍ନମାନିତ ହେଲେ ଅଞ୍ଚଳ ର ସାମ୍ବାଦିକ ଓ ବିଭିନ୍ନ ସ୍କୁଲ ର ଛାତ୍ର ଛତ୍ରୀବାଇଦେଇ ମହୋତ୍ସବ ଉଦଘାଟିତ।
ସନ୍ନମାନିତ ହେଲେ ଅଞ୍ଚଳ ର ସାମ୍ବାଦିକ ଓ ବିଭିନ୍ନ ସ୍କୁଲ ର ଛାତ୍ର ଛତ୍ରୀ, ବୁଦ୍ଧିଜୀବୀ ମହଲରେ ପ୍ରଶଂସା ର ସୁଅ
କାକଟପୁର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଗଡ ଅମର ପ୍ରସାଦ. କାକଟପୁର ନିର୍ବାଚନ ମଣ୍ଡଳୀ ର ଶେଷ ଓ ନିମାପଡା ନିର୍ବାଚନ ମଣ୍ଡଳୀ ଆରମ୍ଭ କିଛି ଯୁବ ଗୋଷ୍ଠୀ ଓ ବୁଦ୍ଧିଜୀବୀ ଙ୍କ ଦ୍ୱାରା ଆଜକୁ ପାଞ୍ଚ ବର୍ଷ ହେଉଥିବାସାଇ ମନ୍ଦିର ଅବସ୍ଥିତ, ବାଇଦେଇ ଠାକୁରାଣୀ ଙ୍କ ନାମରେ ଏହି ବାଇଦେଇ ମହୋତ୍ସବ ସୋମବାର ସଂଧ୍ୟା ରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ସାଂସଦ ଡ଼ଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉକ୍ତ ୩ ଦିନିଆ ମହୋତ୍ସବକୁ ଉଦଘାଟନ କରିଥିଲେ। ଶିକ୍ଷାବିଦ ତ୍ରିଲୋଚନ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ତୁଳସୀପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଶ୍ରୀ ଭୋଇ, ସମିତି ସଭ୍ୟା ଝରଣା ସାହୁ, ସିନେ ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ଯୋଗଦାନ କରିଥିଲେ।ଉତ୍ସବ ପ୍ରାରମ୍ଭ ରେ ମହୋତ୍ସବ କମିଟି ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ସାଇ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା ଭଇଁଚିକୋରଡି ଠାରୁ ସାଇ ମନ୍ଦିର ପର୍ଯ୍ୟନ୍ତ ବାଣ ବାଜା ସହିତ ଏକ ବିରାଟ ପଟୁଆର ରେ ଅନୁଷ୍ଠିତ ହୋଇଥିଲା। ଉତ୍ସବ ରେ ସ୍ଥାନୀୟ ଅଞ୍ଚଳ ର କୃତୀ ଛାତ୍ର, ଛାତ୍ରୀ ଓ ବରିଷ୍ଠ ସାମ୍ୱାଦିକ ମାନଙ୍କୁ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।
ଏହି ପରିପେକ୍ଷିରେ କାକଟପୁର ପ୍ରେସ କ୍ଲବ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ ଙ୍କୁ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଓ ବର୍ଷିଆନ ନେତା ତଥା ପୂର୍ବତ୍ତନ ସାଂସଦ ଡ଼ଃ ପ୍ରସନ୍ନ କୁମାର ପାଟଶାଣୀ ଏବଂ ଅନୁଷ୍ଠାନ ର ସଭାପତି ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ . ଶେଷରେ ସାଇ ଡ୍ୟାନସ ଗ୍ରୁପ, ଚାରିଛକ, ଭୁବନେଶ୍ୱର ଇଣ୍ଡିଆନ ଡ୍ୟାନସ ଏକାଡେମୀ ଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ୱର ର ରାଜା ଓ ବିଶ୍ୱଜିତ୍ ଗ୍ରୁପ ପକ୍ଷରୁ ସୁଗମ ସଂଗୀତ ପରିବେଷଣ କରାଯାଇଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶହ ଶହ ଦର୍ଶକ ମହୋତ୍ସବ ରେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନୋଭରୀ ଉପଭୋଗ କରିଥିଲେ। ଚାରିଛକ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।