
ସାକ୍ଷୀଗୋପାଳ ରେ ବଡ଼ ଏକାଦଶୀ ପାଳିତ
ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଆନେକ ପର୍ବପର୍ବାଣୀ ମଧ୍ୟରୁ ପବିତ୍ର ଅଁଳା ନବମୀ ଓ ବଡ଼ ଏକାଦଶୀ ଏକ ପବିତ୍ର ପର୍ବ l ଏହି ପର୍ବ ସାକ୍ଷୀଗୋପାଳ ମନ୍ଦିର ଠାରେ ମହା ଆଡମ୍ବର ପାଳନ କରାଯାଏ l ହଜାର ହଜାର ଭକ୍ତଙ୍କ ଏଠରେ ସମାଗମ ହେଉଥିବାରୁ ଭକ୍ତ ମାନଙ୍କ ମନୋରଞ୍ଜନ ଓ ଆଧ୍ୟାତ୍ମିକ ପରିବେଶ ସ୍ରୁଷ୍ଟି ପଇଁ ଜିଲ୍ଲା ସଂସ୍କୃତି ପରିଷଦ, ସତ୍ୟବାଦୀ ପଞ୍ଚାୟତ ସମିତି ଓ ଜିଲ୍ଲା ପ୍ରଶାସନ ପୁରୀ ଙ୍କ ଦ୍ଵାରା ଶ୍ରୀ ରାଧା ଉତ୍ସବ ଆୟୋଜନ କରାଯାଇଅଛି l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅଁଳା ନବମୀ ଠାରୁ ବଡ଼ ଏକାଦଶୀ ପର୍ଯ୍ୟନ୍ତ ଚାଲିଥିଲା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଉମାକାନ୍ତ ସାମନ୍ତରାୟ ଯୋଗଦେଇ ଥିଲେ l ମାନ୍ୟବର ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ସା ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ବସନ୍ତ କୁମାର ପ୍ରଧାନ ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ଉପସ୍ଥିତ ଥିଲେ l ଜିଲ୍ଲାରୁ ଓ ଜିଲ୍ଲା ବାହାରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ଓଡିଶୀ, ଭଜନ, ସମ୍ବଲପୁରୀ, ଗୀତିନାଟ୍ୟ, ପଶୁ ମୁଖl ନୃତ୍ୟ ଆଦି ପରିବେଷଣ ହୋଇଥିଲା l କାର୍ଯ୍ୟକ୍ରମକୁ ସୌଭାଗିନୀ ସାହୁ ଓ ସିଂହାରୀ ଆଲୋକ ଖୁଣ୍ଟିଆ ତିନି ଧରି ସଂଚାଳନ କରିଥିଲେ l ବଡ ଏକାଦଶୀ ଦିନ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଅଛି l