
ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ୩ ଦିନିଆ ଓଡିଶୀ ନୃତ୍ୟ କର୍ମଶାଳା
ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶୀ ନୃତ୍ୟ କର୍ମଶାଳା ଆୟୋଜନ କରାଯାଇଛି ଗୁରୁ ଲିଙ୍ଗରାଜ ସ୍ବାଇଁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠାନ ର ବରିଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ତିନିଦିନ ଧରି ଏହି କର୍ମଶାଳା ଚାଲିବ ଡ୍ର. ଅଭିମନ୍ୟୁ ବରାଳ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚନା ଉପରେ ପିଲାମାନଙ୍କୁ ବୁଝାଇଥିଲେ ଲବନ୍ୟବତୀ ର କିଛି ପଦ ମଧ୍ୟ ଗାଇଥିଲେ। ଏହି କର୍ମଶାଳା ରେ ପିଲାମାନେ ସକାଳ ୭ଘଟିକା ଠାରୁ ଆସି ଯୋଗ ଶିକ୍ଷା ଓ ବ୍ୟାୟାମ ତା ସହିତ ନୃତ୍ୟ ରେ ବ୍ୟବହୃତ ହେଉଥିବା ବିଭିନ୍ନ ମୁଦ୍ରା, ତାଳ, ଭଙ୍ଗୀ, ତଥା ସାମଗ୍ରିକ ଭାବରେ କିପରି ସରସ ସୁନ୍ଦର ଭାବରେ ନୃତ୍ୟ କରି ପାରିବେ ଓ ପୁଣି ସାହିତ୍ୟିକ ବ୍ୟାଖ୍ୟା କୁ ବୁଝି ନୃତ୍ୟ କରିପାରିବେ ଏହାହିଁ ଏହି କର୍ମଶାଳା ର ଉଦେଶ୍ୟ ଆମ ଓଡିଶା ର ସାହିତ୍ୟ,ସଂସ୍କୃତି ଓ ପରମ୍ପରା ବଜାଇ ରଖିବା ଏବଂ ନୃତନ ପିଢ଼ି ମାନଙ୍କ ମଧ୍ୟରେ ଚେତନା ଜାଗ୍ରତ କରିବା ଏହି କର୍ମଶାଳା ର ମୂଳ ଲକ୍ଷ୍ୟ।
