
ସତ୍ୟବାଦୀର ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିଲା ସତ୍ୟବାଦୀ ମହୋତ୍ସବ ୨୦୨୫
୧୪/୦୨/୨୦୨୫ – ସତ୍ୟବାଦୀ – (ଶାଶ୍ଵତ ଟିଭି ) – ସତ୍ୟବାଦୀର ଐତିହ୍ୟ,କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ ନେଇ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚ ରେ ୩ ଦିନ ବ୍ୟାପି ଆୟୋଜିତ ସତ୍ୟବାଦୀ ମହୋତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି । ସତ୍ୟବାଦୀର ପଞ୍ଚସଖାଙ୍କ ଜନ୍ମ ପୀଠରୁ ଜ୍ୟୋତି ସଂଗ୍ରହ କରାଯାଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରୁ ସୁସଜିତ ରଥରେ, ଘୋଡାନାଚ, ସିଂହବାଜା, ଆଦିବାସୀ ନୃତ୍ୟ, ପାରମ୍ପରିକ ବାଦ୍ୟ, ନାଗାନାଚ, ଗୋଟିପୁଅ, ପାଇକ ଆଖଡ଼ା, ର ତାଳେ ତାଳେ, ଏକ ବର୍ଣାଢ୍ୟ ଶୋଭାଯାତ୍ରା ରେ, ମହୋତ୍ସବ ସ୍ଥଳରେ ପହଞ୍ଚାଇ ଜ୍ୟୋତି ସ୍ଥାପନ କରାଯାଇଥିଲା।

ସାକ୍ଷୀ ଗୋପୀନାଥ ଙ୍କ ଆଜ୍ଞାମାଳ ମଞ୍ଚ ଉପରକୁ ଆସିବାପରେ ଆରମ୍ଭ ହୋଇଥିଲା ଉଦଘାଟନୀ ଉତ୍ସବ। ଉଦଘାଟନୀ ଉତ୍ସବର ପ୍ରଥମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଉଚ୍ଚଶିକ୍ଷା,କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଶ୍ରୀ ହିମାଂଶୁ ସାହୁ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଉପସମ୍ପାଦକ ଭବାନୀଶଙ୍କର ନନ୍ଦ, ସମ୍ପାଦକ ଦୀପକ କୁମାର ଶତପଥି, କୋଷାଧ୍ୟକ୍ଷ ବିଶ୍ଵରଞ୍ଜନ ନାୟକ, ସଂଯୋଜକ ଜାନକୀ ବରାଳ, ବଦ୍ରିନାରାୟଣ ଖୁଣ୍ଟିଆ, ପ୍ରଦ୍ୟୁମ୍ନ ଶତପଥି, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ , ପ୍ରମୁଖ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।
ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର କଳାକାର ମାନେ, ଗୁରୁ ଲିଙ୍ଗରାଜ ସ୍ବାଇଁ ଙ୍କ ନିର୍ଦେଶନାରେ, ମା ରାଧାରାଣୀ ଏବଂ ସାକ୍ଷୀ ଗୋପୀନାଥଙ୍କ ଚରଣରେ ରେ, ନୃତ୍ୟ ରୂପରେ ସମର୍ପିତ କରିଥିଲେ, ମା ରାଧାରାଣୀଙ୍କ ଜୀନବ ଗାଥା, “ଶ୍ରୀ ରାଧା”। ପରେ ପରେ ସତ୍ୟବାଦୀ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ସମ୍ବଲପୁରୀ ନୃତ୍ୟ, ସତ୍ୟବାଦୀ ର ଷ୍ଟାର୍ ଧମକା ଗୃପ ଦ୍ଵାରା ଆଧୁନିକ ନୃତ୍ୟ, ଭବାନୀପାଟଣା ରୁ ଆଗତ ପ୍ରତିଭା ଅନୁଷ୍ଠାନ ର କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ,ପରିବେଷଣ କରାଯାଇଥିଲା । ପରେ ପରେ ସତ୍ୟବାଦୀ ଶ୍ରୀକ୍ରିଷ୍ଣା ଡାନ୍ସ ଗୃପ ଦ୍ଵାରା ମାଙ୍କ ଚରଣରେ ସମର୍ପିତ କରାଯାଇଥିଲା ନୃତ୍ୟ”ମା ଦୁର୍ଗା” । ଶିଶୁ କଣ୍ଠ ଶିଳ୍ପୀ ଦେବସ୍ମିତା ହୋତା ନିଜ ସଂଗୀତ ର ମୂର୍ଚ୍ଛନା ରେ ବାନ୍ଧି ରଖିଥିଲେ ଦର୍ଶକଙ୍କୁ। ସମସ୍ତ କଳାକାରଙ୍କୁ ସତ୍ୟବାଦୀ ସ୍ମାରକୀ ସମ୍ମାନରେ, ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ନାୟକ, ଏବଂ ଅତିରିକ୍ତ ତହସିଲଦାର ଶ୍ରୀ ରାଜେଶ ପ୍ରିୟଦର୍ଶୀ ଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା।
ପରେ ପରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନିଜ ସଙ୍ଗୀତ ମୂର୍ଚ୍ଛନାର ଯାଦୁଗରୀ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଉପସ୍ଥାପନା ଏବଂ ମଞ୍ଚ ପରିଚାଳନା ରେ ଥିଲେ ଆଇନଜୀବୀ ଶ୍ରୀ ଅଞ୍ଜନ କୁମାର ହୋତା।
ବିଭିନ୍ନ ପ୍ରକାର ମନଲୋଭା ଖାଦ୍ୟ ଦୋକାନ ସହ, ପଡିଆ ମଧ୍ୟରେ ରଙ୍ଗୀନ ଚୁଡି ଓ ପଲ୍ଲିଶ୍ରୀ ମେଳାର ଷ୍ଟଲ ଗ୍ରାହକ ମାନଙ୍କୁ ବେଶ ଆକର୍ଷିତ କରିଥିଲା। ସତ୍ୟବାଦୀ ଥାନା ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ଆଇ ଆଇ ସି ବିଜୟ କେତନ ବେହେରା ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |