
ଗୋ ପୂଜନ ଉତ୍ସବ ଓ ସାଧୁ ସନ୍ଥ ସମାରୋହ
କାକଟପୁର 22/11 କାକଟପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ରାଧା କୃଷ୍ଣ ମନ୍ଦିର ରେ ଗୋଷ୍ଟାଷ୍ଟମୀ ଅବସର ରେ ଅନ୍ତର୍ଯ୍ୟାମୀ ବେହେରା (ତପିବାବା) ଙ୍କ ତତ୍ୱାବଧାନ ରେ ଅଷ୍ଟମ ବାର୍ଷିକ ଗୋପୁଜନ ଓ ସାଧୁ ସନ୍ଥ ସମାରୋହ ଏକ ବର୍ଣ୍ଣାଢ୍ୟ ପରିବେଶ ରେ ପାଳିତ ହୋଇଯାଇଛି l ମହିଳା ମାନଙ୍କ ଦ୍ଵାରା ଗୋ ପୂଜନ ଓ ଗୋ ସମ୍ବର୍ଦ୍ଧିନା ପରେ ପୁରୀ ଆସିଥିବା ସାଧୁ ସନ୍ଥ ମାନଙ୍କୁ ପୂଜାର୍ଚ୍ଚନା ସହିତ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ଏକ ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରୀକ୍ରମା କରାଯାଇ ମନ୍ଦିର ନିକଟକୁ ପାଛୋଟି ନିଆଯାଇଥିଲା l ସେଠାରେ ସାଧୁସନ୍ଥ ମାନେ ଗୋଷ୍ଟାଷ୍ଟମୀ ର ମହତ୍ୱ ଓ ରାଧା କୃଷ୍ଣ ଙ୍କର ଲୀଳା ବର୍ଣ୍ଣନା କରିଥିଲେ l ଭକ୍ତମାନେ ସାଧୁ ସନ୍ଥ ମାନଙ୍କର ଆଶ୍ରିବାଦ ଗ୍ରହଣ କରିଥିଲେ l ଏହି ଉତ୍ସବ ରେ ଏକ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ l ଆୟୋଜିତ ଉତ୍ସବ କୁ ବାବାଜୀ ନାୟକ,ଧର୍ମାନନ୍ଦ ସୁବୁଦ୍ଧି, ସଂଗ୍ରାମ ବେହେରା ଓ ସ୍ଥାନୀୟ ଗ୍ରାମବାସୀ ମାନେ ସହଯୋଗ କରିଥିଲେ