
ଜାଗର ପାଇଁ ସୋମେଶ୍ୱର ପୀଠ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼
କାକଟପୁର ୨୭/୦୨/୨୦୨୫ ( ତୁଷାର ଦୀକ୍ଷିତ ) ଫାଲ୍ଗୁନ ମାସ କୃଷ୍ଣ ପକ୍ଷ୍ୟ ଅମାବାସ୍ୟା ତିଥିରେ ପବିତ୍ର ଜାଗର, କୋପେ ବର ନ ହେଲେ ତପେ ବର ସେ ସତ୍ୟ, ସେ ଶିବ, ସେ ପୁଣି ସୁନ୍ଦର, ଆଜି ହେଉଛି ଦେବ ଦେବ ମହାଦେବ ଙ୍କ ର ପ୍ରିୟ ଜାଗର ଉତ୍ସବ ଏହି ଦିନକୁ ଶିବ ଭକ୍ତ ମାନେ ଅପେକ୍ଷା କରିଥାନ୍ତି, ଜାଗର ରେ ଉପବାସ ରହି ଶିବ ଙ୍କ ପଞ୍ଚାକ୍ଷର ମନ୍ତ୍ର ଉଚ୍ଚାରଣ କରିବା ସହିତ, ସନ୍ଧ୍ୟାରେ ନିଜର ଓ ନିଜ ପରିବାର ମାନସିକ ପୁରାଣ କରିବା ନିମନ୍ତେ ଦୀପ ପ୍ରଜ୍ୱଳନ କରିଥାନ୍ତି, ଶିବ ମନ୍ଦିରରେ ପବିତ୍ର ଜାଗର ଉତ୍ସବ ଉପଲକ୍ଷେ କାକଟପୁର ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ସୋମେଶ୍ୱର,ନାଟେଶ୍ୱର, ଶଙ୍କରେଶ୍ୱର , ଐସା୍ନେଶ୍ଵର, ଇଶାନେଶ୍ୱର, ଲୋକନାଥ, ରାମେଶ୍ୱର, ଗ୍ରାମେଶ୍ବର,ସିଦ୍ଧେଶ୍ଵର ଙ୍କ ପୀଠ ରେ ଭକ୍ତ ମାନଙ୍କ ଗହଳି ସାଙ୍ଗକୁ ହରିବୋଲ,ହୁଳହୁଳି, ରାମ ନାମ ରେ ଚଳ ଚଞ୍ଚଳ ହୋଇପଡ଼ିଥିଲା ଶୈବ ପୀଠ, କେଉଁଠି ବିଶ୍ୱ କୈଳାଣ ନିମନ୍ତେ ଯଜ୍ଞ ତ କେଉଁଠି ହରିନାମ l ଏହି ଜାଗର ପାଇଁ ଅଷ୍ଟଶମ୍ଭୁ ଭାବେ ବିଦ୍ୟମାନ ପ୍ରଭୁ ସୋମେଶ୍ୱର, ସୋମେଶ୍ୱର ଙ୍କ ପୀଠ ରେ ଶ୍ରଦ୍ଧାଳୁ ମାନଙ୍କ ର ଗହଳି ସୋମେଶ୍ୱର ପୀଠରେ ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା,କମଳ ଲୋଚନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ସନ୍ତୋଷ କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ହରିହର ଦୀକ୍ଷିତ, ପବିତ୍ର କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ମଙ୍ଗଳ ପ୍ରସାଦ ପଣ୍ଡା, ନଳିନୀ କାନ୍ତ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଭକ୍ତ ମାନେ ବାରିକେଟ ଦ୍ୱାରା ଧାଡିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ , ଭକ୍ତ ମାନେ ରାତିସାରା ଉଜାଗର ରହି ଦୀପ ଜାଳି ପରିବାର ପାଇଁ ଶୁଭ ମନାସି ଥିଲେ , ସେବକସମିତି ପକ୍ଷ୍ୟରୁ ବିଭୁତି ଭୂଷଣ ପଣ୍ଡା, ତୁଷାର ରଞ୍ଜନ ଦୀକ୍ଷିତ, ଜୀବନ ଜ୍ୟୋତି ଦୀକ୍ଷିତ , ଜୟନ୍ତ ଦୀକ୍ଷିତ ଙ୍କ ଦ୍ୱରା ଠାକୁର ଙ୍କ ଅତି ପ୍ରିୟ କେତକୀ, ଦୂରଦୁରା, ବେଲପତ୍ର, କୁସୁମ ଫୁଲ ଦେଇ ସୁସଜ୍ଜିତ କରା ଯିବା ପରେ ମନ୍ଦିର ପୂଜକ ସୁବାସ ଚନ୍ଦ୍ର ତ୍ରିପାଠୀ ଓ ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ ଦ୍ୱାରା ଅଭିଷେକ, ଧୂପ, ବଡ଼ସିଂହାର ନୀତିକାନ୍ତି ସମାପନ କରାଯାଇଥିଲା. ରାତ୍ର 12 ଘଟିକା ସମୟରେ ମହାଦୀପ କୁ ଧରି ମନ୍ଦିର ଚାରିପଟେ ତିନି ଘେରା ଭ୍ରମଣୀ କରାଯାଇ ଶେଷରେ ମନ୍ଦିର ଚୁଡା ଉପରକୁ ମହାଦୀପ ଉଠିଥିଲା. ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଭକ୍ତ ପ୍ରଭୁଙ୍କ ପ୍ରସାଦ ସେବନ କରିଥିଲା ବେଳେ ଅପର ପକ୍ଷରେ ଯୁବ ବନ୍ଧୁ ମାନଙ୍କ ଦ୍ୱାରା ଆୟୋଜିତ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ମଙ୍ଗଳା ମନ୍ଦିର ପକ୍ଷରୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପୂଜା ନୀତି ଆୟୋଗ ର ସଦସ୍ୟ ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ , କାକଟପୁର ଥାନା ପକ୍ଷରୁ ସମସ୍ତ ଶୈବ ପୀଠ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l