
କାକଟପୁରରେ ୯୬ ଜଣ ଏ ଗ୍ରେଡ – ଛାତ୍ରୀମାନେ ଆଗରେ
ଚଳିତ ମାଟ୍ରିକ ପରୀକ୍ଷା ଫଳରେ କାକଟପୁର ବ୍ଲକରୁ ମୋଟ ୯୬ ଜଣ ଏ ଗ୍ରେଡ ପାଇ ଉତୀର୍ଣ୍ଣ ହୋଇଛନ୍ତି ତ୍ରିଲୋଚନେଶ୍ଵରଦେବ ଉଚ୍ଚ ବିଦ୍ୟାଳୟ, ମହାଦେବବସ୍ତର ଛାତ୍ରୀ ଅଲିଭା ଦୀପାଳୀ ତ୍ରିପାଠୀ ମୋଟ ୫୬୮ ନଂ ରଖି ବ୍ଲକ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭଗବତୀ ବିଦ୍ୟାପୀଠ,ବାଜପୁରର ଛାତ୍ରୀ ଶୁଭସ୍ମିତା ଦାସ ମୋଟ ୫୬୬ ନଂ ରଖି ବ୍ଲକ୍ରେ ଦ୍ଵିତୀୟ ଓ ଭଗବତୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁମନ୍ତ କୁମାର ସାହୁ ୫୬୫ ନମ୍ବର ରଖି ବ୍ଲକରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବ୍ଲକରେ ମୋଟ ୧୩୩୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୨୫ ଜଣ ଉତ୍ତୀର୍ଣ ହୋଇଥିବାବେଳେ ବ୍ଲକରେ ପାସ୍ ହାର ଶତକଡା ୯୭.୮ ହୋଇଛି । ଭଗବତୀ ବିଦ୍ୟାପୀଠ,ବାଜପୁର, ଚିତ୍ରେଶ୍ଵରୀ ଉଚ୍ଚ ବିଦ୍ୟାଳୟ, ତ୍ରିଲୋଚନେଶ୍ଵରଦେବ ଉଚ୍ଚ ବିଦ୍ୟାଳୟ, ମହାଦେବବସ୍ତ ଏବଂ ୟୁଜିଏମ୍ ଏସ୍ ବିଦ୍ୟାପୀଠ, ଭଣ୍ଡିସାହି ପତ୍ୟେକ ଜଣେ ଲେଖାଏଁ ଛାତ୍ର ଏବଂ ବରୁଣେଇ ଉଚ୍ଚ ବିଦ୍ୟାଳୟ,ପାଟପୁରର ଓ ତ୍ରିଲୋଚନେଶ୍ଵରଦେବ ଉଚ୍ଚ ବିଦ୍ୟାଳୟ, ମହାଦେବବସ୍ତର ପ୍ରତ୍ୟେକ ୨ ଜଣ ଏବଂ ଭଗବତୀ ବିଦ୍ୟାପୀଠ,ବାଜପୁର ଓ କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ ୧ଜଣ ଛାତ୍ରୀ ଏ-୧ଗ୍ରେଡ ପାଇଥିବା ବେଳେ ଏ-୨ ଗ୍ରେଡରେ କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୮ ଜଣ, ତ୍ରିଲୋଚନେଶ୍ଵରଦେବ ଉଚ୍ଚ ବିଦ୍ୟାଳୟ, ମହାଦେବବସ୍ତର ୧୪ ଜଣ,ଚିତ୍ରେଶ୍ଵରୀ ଉଚ୍ଚ ବିଦ୍ୟାଲୟର ୧୨ ଜଣ. କଂଟାପଡା ଜି.ପି ଉଚ୍ଚ ବିଦ୍ୟାଳୟ ଓ ୟୁଜିଏମ୍ ଏସ୍ ବିଦ୍ୟାପୀଠ, ଭଣ୍ଡିସାହିର ପ୍ରତ୍ୟେକ୯ ଜଣ, ବଟେଶ୍ୱର ଉଚ୍ଚ ବିଦ୍ୟାଳୟ, ବାଲିଦୋକାନର ଓ ଭଗବତୀ ବିଦ୍ୟାପୀଠ,ବାଜପୁରର ପ୍ରତ୍ୟେକ ୪ ଜଣ,ବରୁଣେଇ ଉଚ୍ଚ ବିଦ୍ୟାଳୟ,ପାଟପୁର ଓ ବୀରଭଦ୍ର ବିଦ୍ୟାପୀଠ,ବାଙ୍ଗୁରୀ ଗାଁ ର ପ୍ରତ୍ୟେକ ୩ଜଣ, ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ଓ ବୌଦ୍ଧ ବିହାର ଉଚ୍ଚ ବିଦ୍ୟାଳୟ, ଯମଧର୍ମର ପ୍ରତ୍ୟେକ ୨ଜଣ, ଡି.ଏସ୍ ଉଚ୍ଚ ବିଦ୍ୟାପୀଠ.କାକଟପୁର ବାଳିକା ନେଡାଲ ଉଚ୍ଚ ବିଦ୍ୟାଳୟ,ଗୋପୀକାନ୍ତ ପୁର ଉଚ୍ଚ ବିଦ୍ୟାଳୟ, ନାଟେଶ୍ଵର ପ୍ରାଚୀ ବିଦ୍ୟାପୀଠ, ନାଶିକେଶ୍ଵର,ପଂଚାୟତ ଉଚ୍ଚ ବିଦ୍ୟାଳୟ, ରସୁଲପୁର, ଜଗନ୍ନାଥ ବିଦ୍ୟାନିକେତନ, କୋତାଙ୍ଗ ରୁ ପ୍ରତ୍ୟେକ ୧ ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ମୋଟ ବ୍ଲକରେ ଛାତ୍ରମାନଙ୍କର ପାସ୍ ହାର ଶତକଡା ୯୯ ଥିବା ବେଳେ ଛତ୍ରୀମାନଙ୍କର ପାସ୍ ହାର ଶତକଡା ୯୯.୫୪ ରହିଛି ବୋଲି ବ୍ଳକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମନ୍ଦରଧର ମହାନ୍ତି ଜଣାଇଛନ୍ତି । କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯ ଜଣ ଏ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି l