
ଅସ୍ତରଙ୍ଗ ଅଞ୍ଚଳ ପାଇଁ ଗୌରବ ଆଣିଲେ ମେଧାବୀ ପ୍ରତ୍ୟୁଷ
ଜେଇଇ ପରୀକ୍ଷାରେ ଓଡ଼ିଶାରେ ତୃତୀୟ
କାକଟପୁର ତା ୨୮।୬ ଚଳିତ ବର୍ଷର ଜେଇଇ (ଆଡଭାନ୍ସ) ବା ଆଇଆଇଟି ପରୀକ୍ଷାରେ
ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ତ ଅସନ ଗ୍ରାମର ପ୍ରଶାନ୍ତ କୁମାର ସ୍ୱାଇଁ ଓ ରଶ୍ମିପ୍ରଭା ସ୍ୱାଇଁଙ୍କ ପୁତ୍ର ପ୍ରତ୍ୟୁଷ କୁମାର ସ୍ୱାଇଁ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୩୯ ରାଙ୍କ ପାଇ ଆଇଆଇଟି ପାଠ ଅଧ୍ୟୟନ କରିବାପାଇଁ ମନୋନୀତ ହୋଇଛନ୍ତି।ଏଥର ସର୍ବଭାରତୀୟ ସ୍ତରରେ ଜେଇଇ ପରୀକ୍ଷାରେ ପାଖାପାଖି ଦୁଇ ୨ଲକ୍ଷରୁ ଉର୍ଦ୍ଧ ବିଦ୍ୟାଥି ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରେ ପାଖାପାଖି ୧୨ ହଜାର ବିଦ୍ୟାଥି ପରୀକ୍ଷା ଦେଇଥିଲେ ।ଏଥି ମଧ୍ୟ୍ୟରୁ ପ୍ରତ୍ୟୁଷ ଓଡିଶାରେ ତୃତୀୟ ସ୍ଥାନରେ ଅଧିକାର କରିଛନ୍ତି। ସେ ଡିଏଭି , ୟୁନିଟ,-୮ କଲେଜରେ ପାଠ ପଢ଼ୁଥିଲେ । ଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପ୍ରତ୍ୟୁଷ ସ୍ୱାଇଁ ବେଶ ଖୁସି ଥିବାବେଳେ ନିଜ ଗ୍ରାମ ଅସନ ସମେତ ଅସ୍ତରଙ୍ଗ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ମଧ୍ୟବିତ୍ତ ପରିବାରରୁ ଯାଇ ଆଇଆଇଟି ପଢ଼ିବା ପାଇଁ ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ତାଙ୍କ ପିତା,ମାତା,ଅଜା,ଆଈ ଓ ସମସ୍ତ ପରିବାର ବର୍ଗ ଏବଂ ତାଙ୍କ ଶିକ୍ଷକ ମାନଙ୍କ ଆଶୀର୍ବାଦ ଓ ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ପ୍ରତ୍ୟୁଷ ।