
ବର୍ଷା ପାଇଁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ପାଖରେ ମଗ ରଖି ପରୀକ୍ଷା ଦେଲେ ଯୁକ୍ତ ୩ ଛାତ୍ରଛାତ୍ରୀ
ବର୍ଷା ପାଇଁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ପାଖରେ ମଗ ରଖି ପରୀକ୍ଷା ଦେଲେ ଯୁକ୍ତ ୩ ଛାତ୍ରଛାତ୍ରୀ
ପରୀକ୍ଷା ଟେବୁଲ ଉପରେ ମଗ୍ ରଖି ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନିର ଛାତ୍ରଛାତ୍ରୀ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୯ ସ୍ଥିତ ଡଃ ଶ୍ୟାମପ୍ରସାଦ ଯୁକ୍ତ ତିନି ମହାବିଦ୍ୟାଳୟରୁ ଆସିଛି ଏଭଳି ଦୃଶ୍ୟ । ମଙ୍ଗଳବାର ଯୁକ୍ତ ତିନି କଳାର ଚତୁର୍ଥ ସେମିଷ୍ଟାର ଲାଗି ପରୀକ୍ଷା ଚାଲିଛି । ତେବେ ଲଗାଣ ବର୍ଷା ପାଇଁ ଛାତରୁ ପାଣି ଗଳୁଛି, ଯାହାଫଳରେ ପରୀକ୍ଷାର୍ଥୀ ଟେବୁଲ ଉପରେ ମଗ ରଖି ପରୀକ୍ଷା ଦେଉଛନ୍ତି ।
ମାଲାକାନଗିରିରେ ଲଗାଣ ବର୍ଷା ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ପରୀକ୍ଷାର୍ଥୀ ।