
ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ଶିକ୍ଷା ସଚିବଙ୍କ ସତ୍ୟବାଦୀ ଗସ୍ତ
ସାକ୍ଷୀଗୋପାଳ ତା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଆଜି ସତ୍ୟବାଦୀ ଗସ୍ତରେ ଆସିଥିଲେ l ନିର୍ମାଣଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପରିଦର୍ଶନ ଓ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ l ଏହି ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବଉଳ ବୃକ୍ଷ ରୋପଣ କରିଥିଲେ l ସାକ୍ଷୀଗୋପାଳ ପାନ୍ଥଶାଳା ପରିଦର୍ଶନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l ପାନ୍ଥଶାଳା ପରିସରରେ ପାଠପଢା ଅନୁଷ୍ଠିତ ହେବ l
ପରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ l ମହାବିଦ୍ୟାଳୟର ଛାତ୍ରାବାସ ପରିଦର୍ଶନ କରିଥିଲେ l ମହାବିଦ୍ୟାଳୟର ଏହି ଛାତ୍ରାବାସ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଛାତ୍ରାବାସ ହେବ l ଏହି ଛାତ୍ରାବାସର ମରାମତି ନିମନ୍ତେ 10 ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଜେନା ପ୍ରକାଶ କରିଥିଲେ l ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଥିବା ଅଡିଟୋରିଅମ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ l ଏହି ଅଡିଟୋରିଅମକୁ ଏକ ବ୍ୟାଡ଼ମିଣ୍ଟନ ଓ ଟେନିସ ଖେଳ ପଡିଆରେ ପରିଣତ କରିବା ନିମନ୍ତେ ଆବଶ୍ୟକ ଅନୁଦାନ ପ୍ରଦାନ ନିମନ୍ତେ ପ୍ରକାଶ କରିଥିଲେ l
ଏହି ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ରଶ୍ମିରେଖା ଦାସ, ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ, ସତ୍ୟବାଦୀ ଥାନା ଆଇ ଆଇ ସି ବିଜୟ କେତନ ବେହେରା ଓ ଓଡିଶା ସେତୁ ନିର୍ମାଣ ନିଗମର ଅଧିକାରୀ ମାନେ ଉପସ୍ଥିତ ଥିଲେ l