
ନିଶା ଛାଡ଼ ନିଜକୁ ଗଢ – ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ସତ୍ୟବାଦୀ : ତା ୯ .୨ .୨୪ (ସିଂହାରୀ ଆଲୋକ ଖୁଣ୍ଟିଆ) – ସତ୍ୟବାଦୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ” ନିଶାକୁ ନା’ ସଚ଼େତନତା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ବୃକ୍ଷ ରୋପଣ , ପଞ୍ଚସଖାଙ୍କୁ ମାଲ୍ୟାର୍ପଣ ଉତ୍କଳମଣିଙ୍କ ଶେଷ ସଯ୍ୟାରେ ପ୍ରାର୍ଥନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଡ଼. ବୃନ୍ଦାବନ ଚନ୍ଦ୍ର ରଥ, ଉତ୍କଳମଣି ସ୍କୃତି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ , ସମ୍ମାନନୀୟା ଶୁଭମ ପ୍ରଧାନ, BE0 ସତ୍ୟବାଦୀ, ଶ୍ରୀଯୁକ୍ତ ସ୍କୃତି ଶେଖର ସାହୁ, ସଂପାଦକ ଓଡ଼ିଶା ସ୍ୱାସ୍ଥ୍ୟସେବାସଂଘ , ଭୁବନେଶ୍ଵର , I ଶ୍ରୀଯୁକ୍ତ ନବଘନ ଶତପଥୀ ,ସଂପାଦକ ଭାରତ ବିକାଶ ପରିଷଦ , ଶ୍ରୀ ଚରଣ ସାହୁ , ଅବସରପ୍ରାପ୍ତ ଶିକ୍ଷକ, ଶ୍ରୀଯୁକ୍ତ ବିଜୟ କୁମାର ପରିଡ଼ା ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ| ସୁଶ୍ରୀ ହରପ୍ରିୟା କର , ଶ୍ରୀ ମନୋରଞ୍ଜନ ମିଶ୍ର , ପ୍ରଧାନଶିକ୍ଷକ ହରଚଣ୍ଡୀ ଉଚ୍ଚ ବିଦ୍ୟାଳୟ , ଗଂଗାନାରାୟଣପୁର ।ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ ,ପ୍ରଧାନଶିକ୍ଷକ ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ,ଶ୍ରୀ ବିଶ୍ୱରଞ୍ଜନ ଦାସ, ଶିକ୍ଷକ , ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠି ,ବିଶ୍ଵନାଥପୁର ଉଚ୍ଚ ବିଦ୍ୟାଳୟ ସତ୍ୟବାଦୀ , ସିଟି ସ୍କୁଲ୍ ର ଅଧ୍ୟାପକ ଓ ବିଦ୍ୟାର୍ଥୀ ଗଣ ଯୋଗଦେଇ ନିଶାକୁ ନା କହି ବିଦ୍ୟାର୍ଥୀମାନେ ନିଶାମୁକ୍ତ ବିଦ୍ୟାର୍ଥୀ । ନିଶାମୁକ୍ତ ବିଦ୍ୟାଳୟ, ନିଶାମୁକ୍ତ ପରିବାର ଗଠନ ପାଇଁ ଶପଥ ନେଇ ଥିଲେ । ବିଦ୍ୟାର୍ଥୀମାନେ ନିଶାର କୁପରିଣତି ବିଷୟରେ ସଚେତନ ହେଲେ ଓ ନିଶାକୁ ନା କହିଲେ ଦେଶର ଅମୂଲ୍ୟ ସମ୍ପଦ ଯୁବା ଶକ୍ତି ସୁନାଗରୀକରେ ପରିଣତ ହୋଇ ପାରିବେ ଏବଂ ନିଜକୁ ଗଢ଼ିବା ସହିତ ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ବିଦ୍ୟାର୍ଥୀମାନେ ପ୍ରଶୁ ଉତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ରମେଶ ଚ଼ନ୍ଦ୍ର ପଣ୍ଡାଙ୍କ ସଂଯୋଜନା କରିଥଲେ।