
ଭୁବନେଶ୍ୱର ସାଇ କିଡସ୍ ପ୍ଲେ ସ୍କୁଲରେ ପାଳନ ହେଲା ରକ୍ଷାବନ୍ଧନ ଉତ୍ସବ
ଭୁବନେଶ୍ଵର : ୧୯.୮.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ- ଭୁବନେଶ୍ୱର ରବିଟକିଜ ସ୍ଥିତ ସାଇ କିଡ୍ ପ୍ଲେ ସ୍କୁଲ ପରିସରରେ ରକ୍ଷାବନ୍ଧନ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍କୁଲର ଛାତ୍ରୀମାନେ ଛାତ୍ରମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଓ ମିଷ୍ଠାନ ଖୁଆଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ପରିଚିତ କରାଇବାକୁ ସାଇ କିଡ୍ସ ସ୍କୁଲ ପକ୍ଷରୁ ବିଶେଷ ପ୍ରୟାସ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସ୍ମୁତିସୁଧା ପଟ୍ଟନାୟକ ପିଲାମାନଙ୍କୁ ଭାତୃତ୍ବ ସାମାଜିକ ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ | ସ୍କୁଲର ନିର୍ଦ୍ଦେଶକ ରବିନାରାୟଣ ମହାରଣା ରାକ୍ଷୀ ପୂର୍ଣ୍ଣିମାର ବିଶେଷତ୍ବ ପିଲାମାନଙ୍କୁ ବୁଝାଇବା ସହିତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ଏବଂ ତାଙ୍କୁ ଏଥିରେ ଶିକ୍ଷୟତ୍ରୀ ଅଞ୍ଜଳି ଦାସ, ରଶ୍ମିତା ସେନାପତି, ମଧୁସ୍ମିତା ମହାକୁଡ, ଦୀପ୍ତିସିଖା ମହାନ୍ତି, ଲାଡଲି ପଣ୍ଡା,ଜୋସ୍ନା ଆଚାର୍ଯ୍ୟ ,ସୋମା ଗୋସ୍ୱାମୀ, ଏବଂ ପୂର୍ଣ୍ଣିମା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ,ଏହି କାର୍ଯ୍ୟକ୍ରମର ପରିଶେଷରେ ପିଲାମାନଙ୍କୁ ଚକୋଲେଟ୍ ବଣ୍ଟନ କରାଯାଇଥିଲା ।
ଭୁବନେଶ୍ୱର ରବିଟକିଜ ସ୍ଥିତ ସାଇ କିଡ୍ ପ୍ଲେ ସ୍କୁଲରେ ପ୍ରତ୍ୟେକ ପର୍ବପର୍ବାଣୀ କୁ ସୁନ୍ଦର ଭାବରେ ପାଳନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶାର ପରମ୍ପରା ବିଷୟରେ ଅବଗତ କରାଉ ଥିବାରୁ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିବା ସହିତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ୍ ଜଣାଇଛନ୍ତି।