
କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
କଣାସ ତା ୭/୩/୨୦୨୫: କଣାସ ବ୍ଲକ ଅନ୍ତର୍ଗତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ବରିଷ୍ଠ ଶିଶୁସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। କଣାସ ବ୍ଲକ ଏ.ବି.ଇ.ଓ ବିନୋଦ କୁମାର ସେଠୀ ,ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ଗାବତୀ ପ୍ରଧାନ,କଣାସ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କେଶରୀ ରାୟ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ବଳିୟାରସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁଶ୍ରୀ କିଷ୍ଣା କୁମାରୀ ମହାପାତ୍ର ମୁଖ୍ଯ ବକ୍ତା ଭାବେ ଯୋଗ ଦେଇଥିଲେ। ମୁଖ୍ଯମନ୍ତ୍ରୀ ପୁରସ୍କାର ଓ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ।ଶିକ୍ଷୟିତ୍ରୀ ଚାରୁଲତା ଦେଈ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ବିଦ୍ୟାଳୟର ସମସ୍ତ ପିଲା ମଞ୍ଚରେ ପୁରସ୍କୃତ ହେବା ଅତିଥିମାନଙ୍କୁ ଚକିତ କରିଥିଲା। ପ୍ରତ୍ୟେକ ପିଲା ପାଖରେ ନିଶ୍ଚିତ ଭାବେ ଭଲ ଗୁଣ ଅଛି।ଅନ୍ବେଷଣ କଲେ ଆମେ ପାଇ ପାରିବା ବୋଲି ସଭାରେ ଆଲୋଚିତ ହୋଇ ଥିଲା। ମୁଖ୍ୟବକ୍ତା ସୁଶ୍ରୀ କିଷ୍ଣା ମହାପାତ୍ର ବିଦ୍ୟାଳୟର ଉନ୍ନତି ସହ ପିଲାମାନର ଶୈକ୍ଷିକ ବିକାଶ ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ଯ ଅତିଥି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ ପିଲାମାନଙ୍କୁ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଥିଲେ। ଭବିଷ୍ଯତରେ ସବୁ ପିଲା ଭଲ ପିଲା ହୁଅନ୍ତୁ ବୋଲି ଆଶା ବ୍ଯକ୍ତ କରିଥିଲେ। ପରେପରେ ଶିକ୍ଷକ ସିଦ୍ଧେଶ୍ବର ବେହେରା,ଚାରୁଲତା ଦେଈ ଓ ମମତା ମୁର୍ମୁଙ୍କୁ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା। ଗତବର୍ଷର ଶ୍ରେଷ୍ଠ ଛାତ୍ରୀ ଅର୍ପିତା ସାମନ୍ତସିଂହାର,ବିଦ୍ୟାଳୟ ଚମ୍ପିୟାନ ମିଲନ ବଳିୟାରସିଂହ ଓ ବିଦ୍ୟାଳୟ କ୍ଯାବିନେଟ ର ମୁଖ୍ଯମନ୍ତ୍ରୀ ଯଶୋବନ୍ତ ଜେନା,ବିଦ୍ୟାଳୟ ପାଚିକା ପ୍ରମିଳା ମଙ୍ଗରାଜ ଓ ପ୍ରମିଳା ବେହେରାଙ୍କୁ ସମ୍ମାନିତ କରା ଯାଇଥିଲା। ଅତିଥିମାନଙ୍କ ଦ୍ବାରା ୧୪୫ଟି ପୁରସ୍କାର ପ୍ରଦାନ କରା ଯାଇଥିଲା। ଇକୋ କ୍ଲବ୍, ହାଉସ ସିଷ୍ଟମ,ବିଦ୍ୟାଳୟ କ୍ଯାବିନେଟ୍,ମୀନା ମଞ୍ଚ , ବିଜ୍ଞାନ କ୍ଲବ, ସାହିତ୍ୟ ସଂସଦର ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ହୋଇଥିଲା ।ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସିଦ୍ଧେଶ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଅଭିଭାବକମାନେ ଏହି ଉତ୍ସବଟିକୁ ଭୂୟସୀ ପ୍ରଶଂସା କରିଥିଲେ।