
ବ୍ଲଡ଼ ଡୋନର ଗ୍ରୁପ, ପୁରୀ କୁ “ମଦଦ୍-2023” ସମ୍ମାନ
ତା.୧୧.୧୨.୨୩ ରିଖ (ଭୁବନେଶ୍ୱର) ଆଜି ସଂଧ୍ୟା ରେ ରାଜ୍ୟ ର ପ୍ରତିଷ୍ଠିତ ସେବା ଅନୁଷ୍ଠାନ “ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ” ଆନୁକୁଲ୍ୟରେ ଜୟଦେବ ଭବନ , ଭୁବନେଶ୍ୱର ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ” ମଦଦ୍ -2023 ” ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟି ରେ ରାଜ୍ୟ ରେ ସେବା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ମାନ ଙ୍କୁ ସମ୍ମାନିତ କରାଯିବା ସହ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ଏକ ଶିଶୁ ପ୍ରତିଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ରାଜ୍ୟ ର ପ୍ରତିଷ୍ଠିତ ଚିତ୍ର ତାରକା ମାନ ଙ୍କୁ ନେଇ ବ୍ୟଙ୍ଗ ,ଅଭିନୟ ଓ ନୃତ୍ୟ ଭଳି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ପରିବେଶିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟି ରେ ମାନ୍ୟବର ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ କଟକ ବିଧାୟକ ମହମ୍ମଦ ମୋକିମ, ଅଭିନେତା ହର ରଥ , ରାଜ୍ୟ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ,ଭେଙ୍କେଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ର ଅଧକ୍ଷ ସୂର୍ଯ୍ୟକାନ୍ତ ପତି ଏବଂ ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ ଅଂଶୁମାନ ଦାଶ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସର ରେ ରାଜ୍ୟ ର ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସେବା ଅନୁଷ୍ଠାନ ” ବ୍ଲଡ଼ ଡୋନର ଗ୍ରୁପ , ପୁରୀ ” କୁ ରକ୍ତଦାନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ” ମଦଦ୍ -2023 ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ଗ୍ରୁପ ର ମୁଖ୍ୟ ପରି ଚାଳକ ପଦ୍ମ ଲୋଚନ ମହାପାତ୍ର , ସୁଶାନ୍ତ କୁମାର ରଥ ,ସଂଯୋଜକ ନୀଳକଣ୍ଠ ବାରିକ , ଟିକିନା ମିଶ୍ର ପ୍ରମୁଖ ଙ୍କୁ ଅତିଥି ମାନେ ସମ୍ମାନିତ କରିବା ସହ ଏଭଳି ମହତ କାର୍ଯ୍ୟ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଟି ର ଉଦଯାପନୀ ସଂନ୍ଧ୍ୟାରେ ଅଭିନେତା ଚନ୍ଦନ କର ,କାଳୀ ଚରଣ ଆଚାର୍ଯ୍ୟ , ଜ୍ଞାନ ବାରିକ ,ରବି କୁମାର , ସିଦ୍ଧାନ୍ତ ଶତପଥୀ ଏବଂ ସାଥିବୃନ୍ଦ ଙ୍କୁ କଳା କ୍ଷେତ୍ର ରେ ନିଜ ର ଅବଦାନ ପାଇଁ ବ୍ୟକ୍ତିଗତ ଭାବେ ସମ୍ମାନିତ କରାଯାଇଥିଲା । ସେମାନଙ୍କ ର ମଞ୍ଚସ୍ଥ ଅଭିନୟ ଉପସ୍ଥିତ ଦର୍ଶକ ଓ ଅତିଥି ମାନ ଙ୍କୁ ବିଶେଷ ଭାବେ ମନମୁଗ୍ଧ କରିଥିଲା ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟି ର ସୁପରିଚାଳନା ସଂଗଠନ ର ଅଧକ୍ଷ ତଥା ଯୁବ ସଂଗଠକ ମୀର୍ ଅହମ୍ମଦ ଅଲୀ ସମ୍ପାଦନ କରିବା ସହ ଆଗାମୀ ଦିନ ରେ ସମଭାବାପର୍ଣ୍ଣ ଅନୁଷ୍ଠାନ ଗୁଡ଼ିକ ଏକତ୍ରିତ ଭାବେ ଯୋଡ଼ି ହୋଇ ରାଜ୍ୟ ରେ ସେବା କାର୍ଯ୍ୟ କୁ ମିଳିତ ଭାବରେ ଆଗେଇ ନେବା ପାଇଁ ନିଜର ଉଦଯାପନୀ ଅଭିଭାଷଣ ରଖିଥିଲେ ।