
ଖଜୁରୀ ଗୁଡ଼ ବହୁତ୍ ଉପକାର ଖାଇଲେ ଭଲ ହେବ ଅନେକ ରୋଗ
ତା: ୨୮.୬.୨୪ – ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ – କାହିଁ କେତେ କାଳରୁ ଗୁଡ଼ର ଚାହିଦା ସାରା ଭାରତବର୍ଷରେ ରହିଛି। ସାଧାରଣତଃ ଅନେକ ଲୋକେ ଖାଦ୍ୟ ଖାଇ ସାରିବା ପରେ ଗୁଡ ଖାଇବା ପାଇଁ ଭଲ ପାଇଥାନ୍ତି । ସାମାନ୍ୟ ଗୁଡ ସେବନ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ମୁଖ୍ୟତଃ ଗୁଡ ସେବନ କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଗୁଡ ଶରୀର ପାଇଁ ଆବଶ୍ୟକ ହେଉଥିବା କିଛି ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ବଜାରରେ ବିଶେଷ କରି ଆଖୁ ରସ ଗୁଡ଼ , ତାଳ ଗୁଡ଼, ଖଜୁରୀ ଗୁଡ଼ ମିଳିଥାଏ। ଏହି ତିନିପ୍ରକାରର ଗୁଡ଼ ମଧ୍ୟରୁ ଖଜୁରୀଗୁଡ଼ ରେ ଭିଟାମିନ ଏ, ଫାଇବର , କ୍ୟାଲସିୟମ୍, ଫସଫରସ୍, ପୋଟାସିୟମ୍, ଲୌହ ( iron ), ଜିଙ୍କ୍ (jinc ), ପ୍ରୋଟିନ୍, ଭିଟାମିନ୍ ଆଦି ଅନେକ୍ ପୋଷକ ତତ୍ୱ ଭରି ରହିଛି । ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ।
ପରିବର୍ତ୍ତନଶୀଳ ଜୀବନଶୈଳୀ ମଧ୍ୟରେ ବର୍ତ୍ତମାନ ଆଣ୍ଠୁଗଣ୍ଠି ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିୟମିତ ସାମାନ୍ୟ ଖଜୁରୀ ଗୁଡ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଦୂର ହେବା ସହିତ ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହେ। ଏହାସହ ହୃଦୟ ସୁସ୍ଥ ରହିବା ସହ ଶରୀରକୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିଥାଏ ଗୁଡ। ଏହା ସେବନ କରିବା ଦ୍ୱାରା ଏହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ।
ଗୁଡ ଦ୍ୱାରା ମସ୍ତିଷ୍କ ଜନିତ ସମସ୍ୟାରୁ ଏହା ରକ୍ଷା କରିବାରେ ସାହାଯ୍ୟ କରିବା ସହିତ,ଅଧକପାଳିରୁ ମଧ୍ୟ ଏହା ଆରାମ୍ ଦେଇଥାଏ। ଏହା ଦୃଷ୍ଟିଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଅଧିକ କ୍ଳାନ୍ତ ଅନୁଭବ କରୁଥିଲେ, ସେହି ସମୟରେ ଗୁଡ ଖଣ୍ଡିଏ ଖାଇବା ଦ୍ୱାରା, କ୍ଳାନ୍ତପଣ ଦୂର ହୋଇଥାଏ ।
ଖଜୁରୀ ଗୁଡ଼ ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ ତେଣୁ ନିୟମିତ ଖାଦ୍ୟରେ ଖଜୁରୀ ଗୁଡ଼ ବ୍ୟବହାର କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ।