
ଶ୍ରଦ୍ଧାଳୁଙ୍କ ସେବାରେ ସମାଜ ସେବୀ
ପୁରୀ : ତା ୭.୭.୨୪ – (ଶାଶ୍ଵତ ଟିଭି) – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ “ତରଫରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସ୍ଥାନୀୟ ମlଜଣା ଜାଗା ପରିସରରେ ନିଃଶୁଳ୍କ ଅନ୍ନ ପ୍ରସାଦ ବଣ୍ଟନ, ପବିତ୍ର ବଡଦାଣ୍ଡ ର ସଫେଇ କାର୍ଯ୍ୟ, ପ୍ରଚଣ୍ଡ ଗୁଳୁ ଗୁଳି ରୁ ଭକ୍ତ ମାନଙ୍କୁ ଆରାମ ଦେବା ନିମନ୍ତେ ସ୍ପ୍ରେ ମାଧ୍ୟମରେ ଜଳସିଞ୍ଚନ, ପାନୀୟ ଜଳ ବଣ୍ଟନ, ଆହତ ମାନଙ୍କୁ ଆମ୍ବୁଲାନ୍ସ ସେବା ସହ ସଦର ମୁଖ୍ୟ ଚିକିତ୍ସାଳୟ ରେ ସହାୟତା ପ୍ରଦାନ ଓ ପାନୀୟ ଜଳବଣ୍ଟନ କରାଯାଇଥିଲା l ପ୍ରକାଶ ଥାଉ କି ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଷ୍ଠାନ ଦ୍ୱାରା ରଥଯାତ୍ରା ଠାରୁ ସୁନାବେଶ ଏକାଦଶୀ ପର୍ଯ୍ୟନ୍ତ ଅନୁଷ୍ଠାନ ତରଫରୁ ପ୍ରତ୍ୟେହ ମlଜଣା ଜାଗା ପରିସରରେ ନିଃଶୁଳ୍କ ଅନ୍ନ ପ୍ରସାଦ ବଣ୍ଟନ କରାଯିବ l ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଆମର ସହଯୋଗୀ ଅନୁଷ୍ଠାନ ଭାବେ ଭୁବନେଶ୍ୱର ର ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ,ମlଜଣା ଜାଗା ର ସମସ୍ତ କର୍ମକର୍ତା ଓ ସାମାଜିକ ଅନୁଷ୍ଠାନ ସଂଜୀବନୀ ର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥଲେ।