
ଉତ୍କଳ ମଣିଙ୍କ ସ୍ମୃତିରେ ରକ୍ତଦାନ ଶିବିର
ସତ୍ୟବାଦୀ: ୯.୧୦.୨୪
ରିପୋର୍ଟ୍ : ଶାଶ୍ଵତ ଟିଭି
ରକ୍ତଦାନ ମହା ପୁଣ୍ୟ ର ବାର୍ତ୍ତା ନେଇ ସତ୍ୟବାଦୀ ସେବା ଟ୍ରଷ୍ଟ ଓ ସ୍ୱରଜ୍ ବ୍ଲଡ଼ ଡୋନର ଗ୍ରୁପ୍, ସତ୍ୟବାଦୀ ମିଳିତ ଆନୁକୁଲ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମଜୟନ୍ତି ଅବସରରେ ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ରେ ଏକ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ରେ ମୁକ୍ଷ୍ୟ ଅତିଥି ଭାବରେ ଏ ଡି ଏମ ଶ୍ରୀଯୁକ୍ତ ଶରତ କୁମାର ବେହେରା,ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ଆଲୋକ କୁମାର ଦେହୁରୀ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ପୂର୍ବତନ ଏମ୍ସ ଡାଇରେକ୍ଟର ଅଶୋକ କୁମାର ମହାପାତ୍ର,ସମାଜସେବୀ ବଦ୍ରି ନାରାୟଣ ମିଶ୍ର,ସେବାଟ୍ରଷ୍ଟ ର ସଭାପତି ସୁଦର୍ଶନ ପ୍ରଧାନ,ରିତା ତ୍ରିପାଠୀ, , ଟିକିନା ମିଶ୍ର, ,ପ୍ରଶାନ୍ତ ନାୟକ, ଚିନ୍ମୟୀ ରଥ, ନୀଳକଣ୍ଠ ବାରିକ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ସେବା ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ରଥ ,ପଦ୍ମଲୋଚନ ମହାପାତ୍ର ଓ ସୁଭାସିସ ଦାସ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ ପରିଚାଳନା କରିଥିଲେ ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ଉମେଶ ପ୍ରଧାନ ,ରୋଜାଲିନ ମିଶ୍ର, ଅଜୟ ମୁଦୁଲି,ସୁକାନ୍ତ ବିଶ୍ବାଳ,ଉପେନ୍ଦ୍ର ବିଶ୍ବାଳ ଭଳି ୩୦ ଜଣ ରକ୍ତଦାନ କରିଥିଲେ । ଉକ୍ତ ରକ୍ତ ଦାନ କାର୍ଯ୍ୟକ୍ରମକୁ ଭାରତୀୟ ରେଡକ୍ରସ ସୋଷାଇଟି ଓଡ଼ିଶା ରାଜ୍ୟ ଶାଖା ପରିଚାଳନା କରିଥିଲେ ,ଡାକ୍ତର କିଶୋର ଚନ୍ଦ୍ର ବେହେରା,ରଞ୍ଜନ କୁମାର ଦାସ, ଅଭିନାସ ଦାସ, ପ୍ରଶନ୍ନ କୁମାର ସ୍ବାଇଁ, ବିଜୟ କୁମାର ସ୍ବାଇଁ ଆଦି ଯୋଗ ଦେଇଥିଲେ