
ହୁନୁମାନ ପଇସା Racket ରେ ପାଞ୍ଚଜଣ ଠକ ଗିରଫ- ହନୁମାନ ପଇସା, ହୋଣ୍ଡା କାର ଓ ମୋବଇଲ ଜବତ
ଗତ କାଲି ତା 26.06.2023 ରିଖ ଅପରାହ୍ଣ 4 ଟା ସମୟରେ SI ସୁରମା ସ୍ବାଇଁ ପୋଲିସ ସଦଳବଳେ ଥାନା ଏରିଆରେ patrolling କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ ଏକ କାରରେ କିଛି ଲୋକ ଆସି ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୂ ଙ୍କ ଘରେ ହନୁମାନ ପଇସା କିଣା/ବିକା ନିମନ୍ତେ ଡିଲ କରୁଛନ୍ତି. ସେମାନେ ନିଜକୁ ଆଣ୍ଟିକ ସାମଗ୍ରୀ କିଣା, ବିକାର ର license ଅଧିକାରୀ ବୋଲି ପରିଚୟ ଦେଇ ସାଧାରଣ ଲୋକଙ୍କୁ ହନୁମାନ ପଇସା ଦେଲେ ସେମାନେ ତାର ଗୁଣବତ୍ତା ପରୀକ୍ଷା କଲାପରେ ଯଦି ତାହା ଠିକ ଥାଏ ସେମାନଙ୍କୁ ପ୍ରଚୁର ଟଙ୍କା ଦେଇ ପଇସା କିଣିବେ ବୋଲି ପ୍ରଲୋଭନ ଦେଖାଉଛନ୍ତି. ଏଭଳି ଖବରକୁ ଗୁରୁତର ସହ ନେଇ SI ସୁରମା ସ୍ୱାଇଁ ଙ୍କ ତତ୍ୱାବଧାନରେ ପୋଲିସ ଟିମ ସାକ୍ଷୀମାନଙ୍କ ସହିତ ଘଟଣା ସ୍ଥଳରେ ଚଢାଉ କରିବାରେ ପାଞ୍ଚଜଣ ଲୋକଙ୍କୁ ଧରିବାରେ ସେମାନଙ୍କୁ ପାଖରୁ ଏକ ତମ୍ଭା ପଇସା ଯେଉଁଥିର ଏକ ପାର୍ଶ୍ୱରେ ହନୁମାନ ମୂର୍ତ୍ତି ଥାଇ ଓ ଅନ୍ୟ ପାଖରେ East India Company, 1818, Half Anna ଲେଖା ଥାଇ, ପଇସା ର ଟେଷ୍ଟିଙ୍ଗ ସାମଗ୍ରୀ ଯଥା ସିନ୍ଦୁର, ଅରୁଆ ଚାଉଳ, ପେନସିଲ, ସୁତା ଇତ୍ୟାଦି ସହିତ ତିନୋଟି ମୋବାଇଲ ଫୋନେ ଓ ଏକ ହୋଣ୍ଡା Amaze କାର ଜବତ କରାଯାଇଛି. ଅଭିଯୁକ୍ତ ମାନେ ଏହି ବାବଦରେ କୌଣସି କାଗଜ ପତ୍ର ଦେଖାଇ ନପରିବାରେ ଜିନିଷ ଜବତ କରାଯାଇ ମୁଦାଲା ମାନଙ୍କୁ ଗିରଫ କରାଯାଇଛି. ଏହି ବିଷୟରେ ସତ୍ୟବାଦୀ ଥାନା case no-213 Us-417/420/511/34 IPC/25(1)(2) of The Antique and Treasures Act 1972 ରେ ଏକା ମାମଲା ରୂଜୁ କରାଯାଇଛି. IIC ସତ୍ୟବାଦୀ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି. ଗିରଫ ମୁଦ୍ଦାଲା ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ. ପ୍ରକାଶ ଥାଉକି ହନୁମାନ ପଇସା କାରବାରରେ ବିଗତ ଦିନରେ ଅପହରଣ ହତ୍ୟା, ଲୁଣ୍ଠନ ଆଦି ଘଟଣା ନଜରୀକୁ ଆସିଥିବାରୁ ଏହିଁ ମାମଲାକୁ ଗୁରୁତର ସହିତ ନେଇ SP ପୁରୀ ଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ଏଭଳି racket ରେ ସମ୍ପୃକ୍ତ ଅନ୍ୟ ମାଫିଆ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ. ଅତିରିକ SP ସୁଶୀଲ କୁମାର ମିଶ୍ର ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତରେ ସାହାଯ୍ୟ କରୁଛନ୍ତି.