
ବ୍ୟାଙ୍କରୁ କୃଷିଋଣରୁ ରିହାତି ପାଉନାହାନ୍ତି ଚାଷୀ
କାକଟପୁର ତା ୨୬/୭ ରାଜ୍ୟର କୃଷି ଓ କୃଷକ ମାନଙ୍କ ଉତ୍ଥାନ ପାଇଁ ଓ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ଉଦ୍ଦେଶ୍ୟରେ ରାଜ୍ୟସରକାର ବିଭିନ୍ନ ବ୍ୟାଙ୍କ ଜରିଆରେ କୃଷିଋଣ ଯୋଗାଇ ଆସୁଥିଲେ l ମାତ୍ର ୨ ପ୍ରତିଶତ ସୁଧ ହାରରେ ଚାଷୀ ମାନଙ୍କୁ ବ୍ୟାଙ୍କ ସହାୟତାରେ ଋଣ ଦେଇ ଚାଷୀ ମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟ ରଖି ଉକ୍ତ ଯୋଜନା ପ୍ରଣୟନ କରିଥିଲେ l ମାତ୍ର ଗତ ୨ ବର୍ଷ ହେଵ ବ୍ୟାଙ୍କର ରିହାତି ସୁଧ ବ୍ୟାଙ୍କକୁ ସରକାର ନଦେବା ହେତୁ ଅଧିକ ଆର୍ଥିକ ବୋଝ ଚାଷୀ ମାନଙ୍କ ଉପରେ ପଡୁଛି l ଫଳରେ କୃଷିଋଣରୁ ମୁହଁ ଫେରାଇ ଚାଷୀମାନେ ଗ୍ରାମ ସାହୁକାର, ସଂୟ ସହାୟକ ଗୋଷ୍ଠୀ ଓ ହାତ ଉଧାରୀ ଆଣି ଚାଷୀ ମାନେ ଚାଷ କାର୍ଯ୍ୟ କରୁଛନ୍ତି l ଫଳରେ ଅଧିକ ଆର୍ଥିକ ବୋଝ ହିଁ ଚାଷୀ ଆତ୍ମହତ୍ୟା ର ମୁଖ୍ୟ କାରଣ ବୋଲି ଜଣାପଡିଛି l ରାଜ୍ୟର ଘରୋଇ ଓ ସମବାୟ ବ୍ୟାଙ୍କ ଗୁଡିକରେ ରାଜ୍ୟ ସରକାର ସୁଧ ଭରଣା କରୁନଥିବାରୁ ଦିନକୁ ଦିନ ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡୁଛି l ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ମଧ୍ୟରେ ଚାଷୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ସରକାରଙ୍କ ଅସଲ ରୁପକୁ ପଦାରେ ପକେଇଛି ଯାହାଫଳରେ ବ୍ୟାଙ୍କ ଗୁଡିକରୁ ଚାଷୀ ମାନେ କୃଷିଋଣ ନେବାପାଇଁ ଆଗ୍ରହ ପ୍ରକାଶ କରୁନଥିବା ବ୍ୟାଙ୍କ ପରିଚାଳକ ମାନେ ପ୍ରକାଶ କରିଛନ୍ତି l ଏଣୁ ତୁରନ୍ତ ରାଜ୍ୟସରକାରଙ୍କ ପକ୍ଷରୁ କୃଷିଋଣ ର ରିହାତି ସୁଧକୁ ଭରଣା କରାଗଲେ ଚାଷୀ ମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦୃଢ଼ ଦାବୀ ହୋଇଛି l