
ସତ୍ୟ ନାରାୟଣ ୟୁଥ କ୍ଲୁବ ର ବରିଷ୍ଟ ସଦସ୍ୟ ଙ୍କ ଅକାଳ ବିୟୋଗ
କାକଟପୁର 07/8 କାକଟପୁର ବ୍ଲକ ଅନ୍ତର୍ଗତ ଶୁକପୋଖରୀ ଗ୍ରାମର ବିଶିଷ୍ଟ ସମାଜ ସେବି ତଥା ସତ୍ୟ ନାରାୟଣ ୟୁଥ କ୍ଲୁବ ର ବରିଷ୍ଠ ସଦସ୍ୟ ନିରଞ୍ଜନ ମିଶ୍ର ( 56 ) ଙ୍କ ଗତ କାଲି ରାତିରେ ଅକାଳ ବିୟୋଗ ଘଟିଛି, ଏହି ଖବର ପ୍ରଚାରିତ ହେବା ପରେ କାକଟପୁର ନିର୍ବାଚନ ମଣ୍ଡଳୀ ରେ ଶୋକ ର ଛାୟା ଖେଳି ଯାଇଛି, ଖବର ନେବାରେ ଜଣା ପଡିଛି ନିରଞ୍ଜନ ମିଶ୍ର ତାଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲ କୁ ନେଇ ଯାଇଥିଲେ, ହସ୍ପିଟାଲ ରେ ଚିକିସ୍ଥିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ତାଙ୍କ ମୃତ୍ୟୁ ଖବର ପାଇଲା ପରେ କାକଟପୁର ଅଞ୍ଚଳ ର ବହୁ ଶୁଭେଛୁ,କ୍ଲୁବ ର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିଥିଲେ, ଶୁକ ପୋଖରୀ ଗ୍ରାମର ଗ୍ରାମ ବାସୀଙ୍କ ପାଇଁ ସେ ଜଣେ ଦରଦୀ ବନ୍ଧୁ ଭାବେ ସମସ୍ତିଙ୍କୁ ସହାୟତା କରୁଥିବା ବେଳେ ଗ୍ରାମବାସୀ ଙ୍କୁ ତାଙ୍କ ମୃତ୍ୟୁ ରେ ଅନେକ ଙ୍କୁ ମର୍ମାହତ କରିଛି ବୋଲି ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟ ଛବିନ୍ଦ୍ର ପରିଡା ପ୍ରକାଶ କରିଛନ୍ତି, ତାଙ୍କ ମର ଶରୀରକୁ ଏକ ବିରାଟ ପଟୁଆର ରେ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାର ରେ ଶେଷ କୃତ୍ୟ ସମ୍ପର୍ଣ କରାଯାଇଥିଲା, ତାଙ୍କର ଏକ ମାତ୍ର ପୁତ୍ର ଆରୋଶ୍ଵତୀ ମିଶ୍ର ମୁଖାଗ୍ନି ଦେଇଥିଲେ, ତାଙ୍କ ଅନ୍ତିମ ସଂସ୍କାର ରେ ତାଙ୍କ ସାନ ଭାଇ ଚିତ୍ତରଞ୍ଜନ ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର, ଉପେନ୍ଦ୍ର ନାୟକ, କାର୍ତିକ ପରିଡା,ସୂର୍ଯକାନ୍ତ ମିଶ୍ର,ସୌଭାଗ୍ୟ ରଞ୍ଜନ ମହାପାତ୍ର,ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ