
କଟୁରୀ ସହିତ ମହିଳା ଉଦ୍ଧାର
ସାକ୍ଷୀଗୋପାଳ ତା ଆଜି ରାତି ପ୍ରାୟ ସାଢେ ୯ ଟା ସମୟରେ ଜଣେ ମହିଳା ଡାହାଣ ହାତରେ ଏକ ବଡ଼ କଟୁରୀ ଧରି ସାକ୍ଷୀଗୋପାଳ ବଜାର ପୋଡ଼ଙ୍ଗ ସାହି ଛକରୁ ବଜାର ଦେଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଆଡକୁ ଚାଲି ଚାଲି ଆସୁଥିଲେ l ମହିଳା ଜଣକ ସାକ୍ଷୀଗୋପାଳ ଡାକ୍ତରଖାନା ଭିତରକୁ ଯାଇ ଏକ ବେଞ୍ଚ ଉପରେ ବସିଥିଲେ l ସ୍ଥାନୀୟ ଜନସାଧାରଣ ଏ ସମ୍ପର୍କରେ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରାଙ୍କୁ ଖବର ଦେଇଥିଲେ l ଖବର ପାଇ ଆଇ ଆଇ ସି ଶ୍ରୀଯୁକ୍ତ ବେହେରା ଏସ ଆଇ ସୁରମା ସ୍ୱାଇଁ,ଏ ଏସ ଆଇ ମଞ୍ଜୁଲତା ଦେଇଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ l ଆଲୋଚନା ପରେ ମହିଳା ଜଣକ ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧର ପୁର ଗ୍ରାମର ସସ୍ମିତା ପ୍ରଧାନ,(35) ବୋଲି ଜଣା ପଡିଥିଲା l ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କର ମାନସିକ ବିକୃତି ରହିଥିବା ଜଣା ପଡିଥିଲା l ଏସ ଆଇ ଶ୍ରୀମତୀ ସ୍ୱାଇଁ ଓ ଏ ଏସ ଆଇ ଶ୍ରୀମତୀ ଦେଇ ମହିଳାଙ୍କୁ ତାଙ୍କ ଘରେ ଛାଡିଥିଲେ l ଏକାକୀନୀ ଜଣେ ମହିଳା ରାତିରେ ଏକ କଟୁରୀ ଧରି ଆସୁଥିବାର ଦେଖି ସାଧାରଣରେ ନା ନା ପ୍ରକାର ଆଲୋଚନା ଆରମ୍ଭ ହୋଇ ଯାଇଥିଲା l