
ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ଗଙ୍ଗାଧର ମହାପାତ୍ରଙ୍କ ପାଳନ ହେଲା ଶ୍ରାଦ୍ଧ ବାର୍ଷିକ ଉତ୍ସବ
ସତ୍ୟବାଦୀ: ତା ୫.୪.୨୪ (ଶାଶ୍ଵତ ଟିଭି)-ସତ୍ୟବାଦୀରେ ପାଳନ ହୋଇଯାଇଛି ମାଟିର ପ୍ରବାଦ ପୁରୁଷ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ , ପ୍ରକ୍ଷ୍ୟାତ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଅଷ୍ଟ ଦଶତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ । ଏହି ତିଥିରେ ତାଙ୍କର ସୁପୁତ୍ର ତଥା ଓଡ଼ିଶା ଉଚ୍ଚନ୍ୟାୟଳୟର ବରିଷ୍ଟ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ବରିଷ୍ଟ ଆଇନଜୀବୀ ପୁଷ୍କର ମହାପାତ୍ର,ବିପିନ ଦଳାଇ,ସତ୍ୟବାଦୀ ସେବା ଟ୍ରଷ୍ଟ ର ସମ୍ପାଦକ ତଥା ଆଇନଜୀବି ସୁଶାନ୍ତ କୁମାର ରଥ ଓ ବିଶ୍ଵନାଥପୁର ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ସର୍ବେଶ୍ଵର ଷଡ଼ଙ୍ଗୀ ଉପସ୍ଥିତିରେ ପ୍ରଥମେ ସତ୍ୟବାଦୀ ର ପଞ୍ଚସଖା ଉପରେ ମାଲ୍ୟାର୍ପଣ କରଯାଇଥିଲା ପରେ ପରେ ତାଙ୍କର ଜନ୍ମମାଟି ବିଶ୍ଵନାଥ ପୁର ଗ୍ରାମର ଆରଧ୍ୟ ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କୁ ପୂଜାପାଠ କରି ଗଙ୍ଗାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରଯାଇଥିଲା । ପରେ ଗୋପୀନାଥ ଦେବ ନୋଡାଲ ବିଦ୍ୟାପୀଠ କୁ ଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ସଭାପତିତ୍ବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତିରେ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ବିଷୟରେ ଆଲୋଚନା କରିବା ସହିତ ସେହି ବିଦ୍ୟାଳୟର ଷଷ୍ଠ,ସପ୍ତମ,ଅଷ୍ଟମ ଓ ନବମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରଶ୍ମିତା ପରିଡା,ତୃଷ୍ଣାଞ୍ଜଳି ବିଶ୍ଵାଳ,ଚିରଞ୍ଜିବୀ ବିଶୋଇ, ଓ ସତ୍ୟଜିତ ଶତପଥୀ ଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତିକମିଟ ତରଫରୁ ଆର୍ଥିକ ରାଶି ପ୍ରଦାନ କରାଯାଇ ଥିଲା। ଶେଷରେ ସ୍କୁଲର ଶିକ୍ଷକ ଦାମୋଦର ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ।